ବ୍ରିଜ କାମ ଚାଲିଥିବା ବେଳେ ଖସିପଡ଼ିଲା ସେଣ୍ଟ୍ରିଂ : ଚାପି ହୋଇଗଲେ ଶ୍ରମିକ

0
111
ବ୍ରିଜ କାମ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ରାୟଗଡ଼ା, (୩୧/୦୮) : ବ୍ରିଜ କାମ ଚାଲିଥିବା ବେଳେ ଖସିପଡ଼ିଲା ସେଣ୍ଟ୍ରିଂ । ସେଣ୍ଟ୍ରିଂ ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏଭଳି ଅଘଟଣ ଘଟିଛି ରାୟଗଡ଼ା ଜିଲ୍ଲାରେ । ମୃତ ଶ୍ରମିକ ଜଣଙ୍କ ହେଲେ କାସରି ମାଝୀ । ତାଙ୍କ ଘର କାଶୀପୁର ଅଞ୍ଚଳରେ ।

କଲ୍ୟାଣସିଂହପୁର ଥାନା ସଦର ବଡ଼ଦ୍ୱାର ସାହିରେ ଥିବା କଲ୍ୟାଣୀ ନଦୀରେ ବ୍ରିଜ କାମ ଚାଲିଛି । ଗତକାଲି କାସରି ଏକୁଟିଆ ସେଣ୍ଟ୍ରିଂ ଖୋଲିବାକୁ ଯାଇଥିଲେ । ଏହି ସମୟରେ ସେଣ୍ଟ୍ରିଂଟି ତାଙ୍କ ଉପରେ ପଡ଼ିଯାଇଥିଲା । କାସରି ସେଣ୍ଟ୍ରିଂ ତଳେ ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । କାସରି ସେଣ୍ଟ୍ରିଂ ତଳେ ଚାପି ହୋଇ ରହିଥିବା ଗତକାଲି ସନ୍ଧ୍ୟାରେ ଶ୍ରମିକମାନେ ଦେଖିଥିଲେ ।

ଏ ନେଇ ଠିକାଦାରଙ୍କୁ ଜଣାଇଥିଲେ । ଠିକାଦାର ପୁଲିସକୁ ଏହି ବିଷୟରେ ଜଣାଇବା ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ପୁଲିସ ଘଟଣାର ତଦନ୍ତ କରୁଛି । କଲ୍ୟାଣୀ ନଦୀ ଉପରେ ବିଜୁ ସେତୁ ଯୋଜନାରେ ବିଜ୍ର କାମ ଚାଲିଛି । ୨୦୧୯ ମସିହାରୁ ଏହି ବିଜ୍ର କାମଟି ଆରମ୍ଭ ହୋଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ।