ଫୁଲମୁଠୀ ନୂଆଁଖାଇ ଭେଟଘାଟ : ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୂଳକିଲା ମଞ୍ଚ

0
174
ଫୁଲମୁଠୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨/୯) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଅନ୍ତର୍ଗତ ଫୁଲମୁଠୀ ଅଗ୍ରଣୀ ଅନୁଷ୍ଠାନ ଆଜାଦ ୟୁଥ କ୍ଲବ ତରଫରୁ ୨୨ ତମ ନୂଆଁଖାଇ ଭେଟଘାଟ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରପଡ଼ା ମଣ୍ଡପ ଠାରେ ସଭାପତି ଆନନ୍ଦ କୁମାର ହୋତା ଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ନୀଳାମ୍ବର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା ।WhatsApp Image 2022 09 03 at 9.36.55 AM ଫୁଲମୁଠୀ ନୂଆଁଖାଇ ଭେଟଘାଟ : ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୂଳକିଲା ମଞ୍ଚ

ଫୁଲମୁଠୀ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚରଦା ସରପଞ୍ଚ ବୃନ୍ଦାବତୀ ନାୟକ, ସ୍ଵତନ୍ତ୍ର ଅତିଥି ଜିଲ୍ଲା ପରିଷଦ ସଦସ୍ୟା ପ୍ରମିଳା କଳତା, ସମ୍ମାନିତ ଅତିଥି ଭାବେ ସଚେତନ ନାଗରିକ ପ୍ରମୋଦ ଦାଶ, ଅବସରପ୍ରାପ୍ତ ଶିକ୍ଷକ ପ୍ରସନ୍ନ ରଥ, ଓକିଲ ସଂଘ ର ସଭାପତି ସୁଧାଂଶୁ ଶେଖର ଦାଶ, ଚାଷିନେତା ଭୀମସେନ ସାହୁ, ସମିତିସଭ୍ୟ ମାନସ ବେହେରା, ବିଜେଡ଼ି ବ୍ଳକ ସଭାପତି ଦ୍ୱାରିକାନାଥ ସାହୁ, ଯୁବ ସଙ୍ଗଠକ ବାବୁଲା ପଣ୍ଡା, ବନବିହାରୀ ମେହେର, ଗଣେଶ ମେହେର, ଚନ୍ଦ୍ର ମେହେର, ସାମ୍ବାଦିକ ମୁକେଶ ବଗର୍ତ୍ତୀ, ଅଶୋକ ପଣ୍ଡା, ସୃଜନ ପଣ୍ଡା, ନରସିଂହ ପଧାନ, ଶାନ୍ତନୁ ପଣ୍ଡା, ହିମାଂଶୁ ଶେଖର ପୁଟେଲ, ରବୀନ୍ଦ୍ରନାଥ ହୋତା, ରାମ ଗୋପାଳ ବାଘ ପ୍ରମୁଖ ଯୋଗଦେଇ ନୂଆଁଖାଇ ପାଳନ ର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ ।

ପ୍ରାରମ୍ଭରେ ପାଇକ ସଂଗ୍ରାମୀ ଆଜାଦଙ୍କ ଫଟୋ ଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ ପରେ ଉପସ୍ଥିତ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ମଣ୍ଡପରେ ଗୋକୁଲାଷ୍ଟମି ଲୀଳା ଯାତ୍ରାର ପୃଷ୍ଠପୋଷକତା ୯୪ ବର୍ଷୀୟ ଗଣେଷରାମ ଦାଶଙ୍କ ଜନ୍ମ ଦିନ ବହୁ ଆଡ଼ମ୍ବରପୂର୍ଣ୍ଣ ଭାବରେ ପାଳନ କରାଯାଇ ତାଙ୍କର ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରାଯାଇଥିଲା । ପରେ ଆସିଥିବା କଳାକାରଙ୍କ ପାଦର ଘୁଙ୍ଗୁରରେ ସାଂସ୍କୃତିକ ମଣ୍ଡପ ଦୁଲକି ପଡିଥିଲା ରାତି ସାରା ଉଜାଗର ରହି ହଜାର ହଜାର ଜନସାଧାରଣ ପ୍ରତିଭାଙ୍କ ନୃତ୍ୟ ଉପଭୋଗ କରିଥିଲେ । ଏଥିରେ ସିଙ୍ଗୀଲରେ ୨୪ ଜଣ ଏବଂ ୧୬ଟି ଗୃପ ଡ୍ୟାନ୍ସ ଭାଗ ନେଇଥିଲେ ।

ସେଥିରୁ ଯୁବରାଜ ଭୋଇ (ପ୍ରଥମ), ଜଗଦୀଶ ମୁଣ୍ଡା (ଦ୍ଵିତୀୟ), ସଞ୍ଜୟ କୁମାର (ତୃତୀୟ) ହୋଇଥିବା ବେଳେ ଗୃପ ଡ୍ୟାନ୍ସରେ ବରଗଡ଼ ର ବଳରାମ ଏଣ୍ଡ ଆଳିଶା (ପ୍ରଥମ), ଆର.କେ. (ତୃତୀୟ) କୁ ମାନପତ୍ର ଦେଇ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ବିଚାରକ (ଜର୍ଜ) ଭାବେ ବିଜୟ ମହାରଣା, ମଦନ ହୋତା, ସୁରଜ ଷଡ଼ଙ୍ଗୀ ଦାୟିତ୍ଵ ନିର୍ବାହ କରିଥିଲେ ।

ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ଜୁବିଲି ପଣ୍ଡା, ଅଭିଷେକ ହୋତା, ମିଥୁନ ଚୌଧୁରୀ, ନିରଞ୍ଜନ ସାହୁ, ଦୀପ୍ତି କାନ୍ତ କର୍ଣ୍ଣ, ଧରମ ମେହେର, ସଞ୍ଜୀବ ମେହେର, ସୁଜିତ, ବ୍ରଜରାଜ, ଅମର, ମହେନ୍ଦ୍ର, ଆଲୋକ, ବାବୁଲାଲ, ଜଗତ ଜୀବନ, ପଙ୍କଜ, ଗଜାନନ, ଅଜୁ, ବୁଲୁ, ଆଶିଷ, ସୁଜିତ, କିରଣ, ଅନ୍ତର୍ୟାମୀ, ମଧୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।