ବିସ୍ଫୋରଣ କରି ଉଡାଇ ଦେଲେ ପୁଲିସ ଗାଡି : ୮ ମୃତ

0
124
ବିସ୍ଫୋରଣ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବୋଗଟା/ନୂଆଦିଲ୍ଲୀ, (୦୩/୦୯) : ପୁଲିସ ଉପରେ ଆକ୍ରମଣ । ବିସ୍ଫୋରଣ କରି ଉଡାଇଦେଲେ ପୁଲିସ ଗାଡି । ପଶ୍ଚିମ କଲମ୍ବିଆରେ ଏଭଳି କିଛି ଆତଙ୍କୀ ହମ୍‌ଲା ହୋଇଛି । ଏଥିରେ ୮ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୂଚନା ମୁତବାକ, ଶୁକ୍ରବାର ଏହି ଘଟଣା ଘଟିଛି । ଗାଡିରେ ବସି ୮ ଜଣ ପୁଲିସ ଅଧିକାରୀ କେଉଁ ଆଡେ ଯାଉଥିବା ବେଳେ ତାଙ୍କ ଗାଡିକୁ ବିସ୍ଫୋରଣ କରି ଆତଙ୍କୀମାନେ ଉଡାଇ ଦେଇଥିଲେ । ଘଟଣାସ୍ଥଳରେ ୮ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣ ନେଇ କଲମ୍ବିଆର ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ସୂଚନା ଦେଇଛନ୍ତି ।

ଗସ୍ତାଗୋ ପେଟ୍ରୋ ଏହି ଘଟଣାକୁ ଦୃଢ଼ ଭାବେ ନିନ୍ଦା କରିବା ସହ କହିଛନ୍ତି, ‘ ପ୍ରାୟ ୬୦ ବର୍ଷ ର ବିବାଦ ର ଅନ୍ତ ଘଟାଇବାକୁ ଦେଶ ପ୍ରତିଶ୍ରୁତି ଦେବା ପରେ ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ଏହାସବୁ ଠାରୁ ଘାତକ ଆକ୍ରମଣ । ମୃତକଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି । ଦେଶରେ ଶାନ୍ତି ଭଙ୍ଗ କରିବା ପାଇଁ ପ୍ରୟାସ ଚାଲିଛି । ଘଟଣା ର ଅନୁସନ୍ଧାନ ପାଇଁ ଉକ୍ତ ଅଞ୍ଚଳକୁ ଅଧିକାରୀ ପଠାଯାଇଛି ।’

ଉଲ୍ଲେଖଯୋଗ୍ୟ, ଇଭାନ ଡ୍ୟୁକ୍‌ ବୋଗୋଟା ସ୍ଥିତ ପୁଲିସ୍ ଏକାଡେମୀ ଉପରେ ୨୦୧୯ ରେ କାର୍ ବୋମା ଆକ୍ରମଣ କରିଥିଲେ । ଏଥିରେ ୨୨ ଜଣଙ୍କର ମୃତ୍ୟୁ ପରେ ELN ସହିତ ଶାନ୍ତି ବାର୍ତ୍ତା ଭାଙ୍ଗିଥିଲେ ଇଭାନ । ସେପଟେ ପେଟ୍ରୋ ଶୁକ୍ରବାର ହୋଇଥିବା ହମ୍‌ଲାରେ ସନ୍ଦିଗ୍ଧ ଅପରାଧୀଙ୍କ ନାଁ ନେଇ ନାହାଁନ୍ତି ।