ଚଟପଟା ବ୍ରେଡ୍ ମସଲା ତିଆରି କରିବା ଶିଖନ୍ତୁ

0
130
ଚଟପଟା ବ୍ରେଡ୍ ମସଲା

ଉପସ୍ଥାପନା : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୩/୦୯) : ଆଜି ଆମେ ପ୍ରସ୍ତୁତ କରୁଅଛୁ ଚଟପଟା ବ୍ରେଡ୍ ମସଲା ତିଆରି କରିବାର ସହଜ ପ୍ରଣାଳୀ ।

ଆସନ୍ତୁ ଜାଣିବା ଚଟପଟା ବ୍ରେଡ୍ ମସଲା ତିଆରି କରିବାର ସବୁଠାରୁ ସହଜ ପ୍ରଣାଳୀ ।

ଆବଶ୍ୟକ ସାମଗ୍ରୀ : ବ୍ରେଡ୍‌, କଟା ପିଆଜ, କଟା ଅଦା, କଟା ଧନିଆ ପତ୍ର, କଞ୍ଚାଲଙ୍କା, ଟମାଟୋ , ଜିରା, ଆମଚୁର ପାଉଡର, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ତେଲ ଓ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ବ୍ରେଡ୍‌ ଗୁଡିକୁ ଛୋଟ ଛୋଟ ଖଣ୍ଡ କରି ଏକ ପାତ୍ରରେ ରଖିନ୍ତୁ । ପରେ ତାକୁ କରେଇରେ ପକାଇ ଫ୍ରାଏ କରି ଦିଅନ୍ତୁ । ଏହାପରେ ପିଆଜ, ଧନିଆ, କଞ୍ଚାଲଙ୍କା, ଅଦା, ରସୁଣ ଓ ଟମାଟୋକୁ ଏକାଠି ବାଟିଦିଅନ୍ତୁ । କରେଇରେ ତେଲ ପକାଇ ଗରମ କରନ୍ତୁ । ତେଲ ଗରମ ହେବା ପରେ ସେଥିରେ ଜିରା ପକାନ୍ତୁ । ପରେ ମସଲାବଟାକୁ ପକାଇ ଭଲଭାବେ କଷି ଦିଅନ୍ତୁ ।

ମସଲା ଭଲଭାବେ କଷି ହୋଇଗଲେ ଅଳ୍ପ ପାଣି ଦେଇ ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ ଓ ଆମଚୁର ପାଉଡର ମିଶାଇ ପୁଣି ଆଉଥରେ ଭଲଭାବେ କଷିଦିଅନ୍ତୁ । ସେଥିରେ ସ୍ୱାଦ ଅନୁସାରେ ଲୁଣ ପକାଇ ଦିଅନ୍ତୁ । ଏହାପରେ କାଟି ରଖିଥିବା ବ୍ରେଡ୍‌ଖଣ୍ଡ ଗୁଡ଼ିକୁ ମସଲାରେ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । କିଛି ସମୟ ପରେ ଗ୍ୟାସକୁ ବନ୍ଦ କରିଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ‘ବ୍ରେଡ୍‌ ମସଲା’ । ଏହାକୁ ଏକ ପ୍ଲେଟରେ କାଢ଼ି ତା’ ଉପରେ କଟା ଧନିଆ ପତ୍ର ଓ କଟା ପିଆଜ ପକାଇ ଗରମ ଗରମ ପରଷନ୍ତୁ ।