ପୁଣି ସ୍ଥଗିତ ହେଲା ମୁନ୍‌ ମିଶନ୍‌, ହୋଇପାରିଲାନି ଉତ୍‌କ୍ଷେପଣ

0
264
ପୁଣି ସ୍ଥଗିତ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ୱାସିଂଟନ/ନୂଆଦିଲ୍ଲୀ, (୦୪/୦୯) : ପୁଣି ସ୍ଥଗିତ ହେଲା ନାସା ର ମୁନ୍‌ ମିଶନ୍‌ । ଯାନ୍ତ୍ରିକ ତ୍ରୁଟି ଯୋଗୁ ଉତ୍‌କ୍ଷେପଣ ହୋଇପାରିଲାନି ଆର୍ଟିମେସ୍‌-୧ । ଗତକାଲି ଏହି ମୁନ୍‌ ମିଶନ୍‌କୁ ପୁଣିଥରେ ଉତ୍‌କ୍ଷେଣ କରିବାକୁ ପ୍ରସ୍ତୁତି କରାଯାଇଥିଲା । ତେବେ ଶେଷ ସମୟରେ ଇଞ୍ଜିନରେ ଇନ୍ଧନ ଲିକ୍‌ ସମସ୍ୟା ଦେଖା ଦେଇଥିବାରୁ ଏହାକୁ ପୁଣିଥରେ ସ୍ଥଗିତ ରଖାଯାଇଛି ।FbvQjYaXEAgkC R ପୁଣି ସ୍ଥଗିତ ହେଲା ମୁନ୍‌ ମିଶନ୍‌, ହୋଇପାରିଲାନି ଉତ୍‌କ୍ଷେପଣ

ତେବେ ପୁଣି ଥରେ ଏହାକୁ କେବେ ଉତ୍‌କ୍ଷେପଣ କରାଯିବ ସେ ନେଇ ନାସା ତରଫରୁ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ଦିଆଯାଇ ନାହିଁ । କିନ୍ତୁ ବୈଜ୍ଞାନିକମାନେ ଇଞ୍ଜିନ୍‌ ର ଇନ୍ଧନ ଲିକେଜ୍‌ ସମସ୍ୟା ଦୂର କରିବା ପାଇଁ ଚେଷ୍ଟା ଚଳାଇଥିବା କୁହାଯାଇଛି । ୫୦ ବର୍ଷ ପରେ ଚନ୍ଦ୍ରରେ ପୁଣି ପାଦ ରଖିବାକୁ ଯାଉଛି ମଣିଷ । ଏଥିପାଇଁ ଅର୍ଟିମେସ୍-୧ ମିଶନ ସହାୟତାରେ ପ୍ରଥମ ଟେଷ୍ଟ ଫ୍ଲାଇଟ୍ ମହାକାଶକୁ ପଠାଇବ ନାସା । ଗତ ୨୯ ତାରିଖରେ ଏହି ମୁନ୍‌ ମିଶନ୍‌ ଉତ୍‌କ୍ଷେପଣ ହେବାରଥିଲା । ହେଲେ ରକେଟରେ ଇନ୍ଧନ ଲିକ୍ ଯୋଗୁଁ ଶେଷ ମୁହୂର୍ତ୍ତରେ ଏହାର ଉତ୍‌କ୍ଷେପଣକୁ ସ୍ଥଗିତ ରଖାଯାଇଥିଲା ।

ଶେଷ ମୁହୂର୍ତ୍ତରେ ସ୍ପେସ୍ ଲଞ୍ଚି ସିଷ୍ଟମ ବା ଏସଏଲଏସ ରକେଟ ର ଥଣ୍ଡା ହାଇଡ୍ରୋଜେନ୍ ଓ ଅମ୍ଳଜାନ ଭରିବା ପ୍ରକ୍ରିୟାରେ ସମସ୍ୟା ଦେଖା ଦେଇଥିଲା । ଫଳରେ ରକେଟ୍‌ର କୋର୍‌ ଷ୍ଟେଜ୍‌ରୁ ବିସ୍ଫୋରକ ହାଇଡ୍ରୋଜେନ୍ ଲିକ୍ ହୋଇଥିଲା । ଯାହା ପରେ ଉତକ୍ଷେପଣକୁ ସ୍ଥଗିତ ରଖିବାକୁ ନିଷ୍ପତି ନିଆଯାଇଛି ।
ଏହି ରକେଟ୍ ଇନ୍ଧନ ଭାବରେ ସୁପର-କୋଲ୍ଡ ହାଇଡ୍ରୋଜେନ୍ ଏବଂ ଅମ୍ଳଜାନରେ ଭରାଯାଏ । କିନ୍ତୁ ଲିକ୍ ହେତୁ ଏହି କାମକୁ ବନ୍ଦ ରଖାଯାଇଛି । ଏହି ରକେଟରେ ୪ ଟି ମୁଖ୍ୟ ଇଞ୍ଜିନ ମଧ୍ୟରୁ ଗୋଟିଏକୁ ସମ୍ପୂର୍ଣ୍ଣ ଥଣ୍ଡା କରାଯାଇପାରିନଥିଲା, ଯାହା ନାସା ପାଇଁ ସମସ୍ୟା ସୃଷ୍ଟି କରିଥିଲା ।

ମାର୍ସ ପର୍ସେଭେରାନ୍ସ ରୋଭର ପରେ ଆର୍ଟେମିସ୍-୧ ହେଉଛି ନାସାର ଗୁରୁତ୍ୱପୂର୍ଣ୍ଣ ମିଶନ୍। ନାସା ସ୍ପେସ୍ ଲଞ୍ଚ ସିଷ୍ଟମ୍ (SLS) ରକେଟ୍ ଦ୍ୱାରା ଓରିଅନ୍ ସ୍ପେସିପ୍ ଚନ୍ଦ୍ରକୁ ପଠାଇବାକୁ ଚାହୁଁଛି । ଏହା ଦ୍ୱାରା ଭବିଷ୍ୟତରେ ମଣିଷମାନଙ୍କୁ ଏହି ମହାକାଶଯାନରୁ ଚନ୍ଦ୍ରର ଦକ୍ଷିଣ ପୋଲକୁ ପଠାଯାଇପାରିବ । ଏହି ମିଶନ୍ ୪୨ ଦିନ ୩ ଘଣ୍ଟା ୨୦ ମିନିଟ୍ର ଅଟେ । ଯେଉଁଥିରେ ଓରିଅନ୍ ମହାକାଶଯାନ ଚନ୍ଦ୍ରର ଦୁଇ ରାଉଣ୍ଡ ମାରିବା ପରେ ପୃଥିବୀକୁ ଫେରିବ ।