ମାଁ ଭୈରବୀ ଙ୍କ ପୀଠରେ ଗୁପ୍ତ ୧୬ ପୂଜା ପାଇଁ ପ୍ରସ୍ତୁତି ବୈଠକ

0
136
ମାଁ ଭୈରବୀ ଙ୍କ ପୀଠରେ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୫/୦୯) : ବୌଦ୍ଧ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମାଁ ଭୈରବୀ ଙ୍କ ପୀଠରେ ଗୁପ୍ତ ପୂଜା ଓ ଖଣ୍ଡା ବସା ପୂଜା ଆରମ୍ଭ ହେବ । ଆଜି ମନ୍ଦିର ପରିସରରେରେ ଏକ ପ୍ରସ୍ତୁତି ବୈଠକ ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଁ ଭୈରବୀ ଙ୍କ ପୀଠରେ ଷୋଳପୂଜା କିପରି ସୂଚାରୁ ରୂପେ ସମ୍ପନ୍ନ ହେବ ସେ ବିଷୟରେ ଆଲୋଚନା ହୋଇଥିଲା । ଷୋଳ ଖଣ୍ଡ ମୌଜା ର ଅଧିବାସୀ ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହେଉଥିବା ପୂଜା ପାଇଁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଥିଲା । ବୈଠକରେ ମନ୍ଦିର ପରିଚାଳନା କମିଟି ସମ୍ପାଦକ ସୁସେଣ ପ୍ରଧାନ, ଉପ ସଭାପତି ରାମଚନ୍ଦ୍ର ସାହୁ, ସମ୍ପାଦକ ର ସାନନ୍ଦ ସାହୁ, କୋଷାଧ୍ୟକ୍ଷ ସରୋଜ ପ୍ରଧାନ ଙ୍କ ସମେତ ଷୋଳଖଣ୍ଡ ଗ୍ରାମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ଲଗ୍ନ ଧାର୍ଯ୍ୟ ଚଳିତ ମାସ ଆସନ୍ତା ୧୭ ତାରିଖ ରେ ଥିବାରୁ ୧୭ ତାରିଖରେ ମାଁ ଙ୍କ ଖଣ୍ଡା ବସା ପର୍ବ ପାଳିତ ହେବ ।