ଅହିଂସା ରଥକୁ ବୌଦ୍ଧ ଜିଲାରେ ଭବ୍ୟ ସମ୍ବର୍ଦ୍ଧନା

0
300
ଅହିଂସା ରଥକୁ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୫/୮) : ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥକୁ ବୌଦ୍ଧ ଜିଲ୍ଲାରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।WhatsApp Image 2022 08 25 at 7.16.39 PM ଅହିଂସା ରଥକୁ ବୌଦ୍ଧ ଜିଲାରେ ଭବ୍ୟ ସମ୍ବର୍ଦ୍ଧନା

କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ସୀମାନ୍ତ ରାଣୀପଥର ଠାରୁ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଅହିଂସା ରଥକୁ ସ୍ୱାଗତ କରାଯିବା ସହିତ ଜିଲା ପରିକ୍ରମାରେ ପାଛୋଟି ଅଣାଯାଇଥିଲା । ହରଭଙ୍ଗା ବ୍ଲକ ର ଚାରିଛକ ଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ଝାଡରାଜିଂ ସେବାଶ୍ରମ, ପଞ୍ଚାୟତ ହାଇସ୍କୁଲ ଚାରିଛକ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ସେହିଠାରୁ ଅହିଂସା ରଥ ବୌଦ୍ଧ ଅଭିମୁଖେ ଯାତ୍ରା କରିବା ଅବସରରେ ପୁରୁଣାକଟକ ଖେଳପଡିଆ ଠାରେ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ, ଭୈରବୀ ଜୁନିୟର ମହାବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ରଥକୁ ଭବ୍ୟ ସମ୍ବର୍ଦ୍ଧନା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା । ପରେ ରଥକୁ ସରସରା ଗ୍ରାମପଞ୍ଚାୟତ ଠାରେ ସମ୍ବର୍ଦ୍ଧନା ଅବସରରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ।

ବୁଟୁପାଲି ଜେବି ହାଇସ୍କୁଲ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ମଧ୍ୟ ଅହିଂସା ରଥକୁ ସ୍ୱାଗତ କରିଥିଲେ । ବୌଦ୍ଧ ଟାଉନହଲ ନିକଟରେ ଅହିଂସା ରଥ ପହଞ୍ଚିବା ପରେ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ରତ୍ନାକର ବେହେରା ଓ ସମ୍ପାଦକ ଶଶାଙ୍କ ଶେଖର ମିଶ୍ରଙ୍କ ନେତୃତ୍ୱରେ ଏହାକୁ ସ୍ୱାଗତ କରାଯାଇଥିଲା ।

ଟାଉନହଲ ସମ୍ମୁଖରେ ସ୍ଥାପିତ ବୌଦ୍ଧ ର ଦୁଇ ସ୍ୱାଧୀନତା ସଂଗ୍ରାମୀ ପ୍ରେମଶଙ୍କର ପଟ୍ଟନାୟକ ଓ ପ୍ରହଲ୍ଲାଦ ବିଶିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ର ବ୍ୟାଣ୍ଡ ଦ୍ୱାରା ରଥକୁ ସ୍ୱାଗତ କରାଯିବା ସହିତ ଟାଉନହଲ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବୌଦ୍ଧ ର ସ୍ୱାଧୀନତା ସଂଗ୍ରାମୀ ଗୌରମୋହନ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସେଣ୍ଟ୍ ଜାଭିୟର ବିଦ୍ୟାଳୟ ଓ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

ଟାଉନହଲ ଠାରୁ ଅହିଂସା ରଥକୁ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ବୌଦ୍ଧ ବ୍ଲକ କୁ ନିଆଯାଇଥିଲା । ସେହିପରି ଦ୍ୱତୀୟ ରଥ ହରଭଙ୍ଗା ବ୍ଲକ ହରେକଷ୍ଣପୁର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ପହଞ୍ଚିବା ପରେ ସେଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି ରଥକୁ ନୂଆପଡା ଠାରେ ସ୍ୱାଗତ କରାଯିବା ପରେ ବୀରନରସିଂହପୁର ବିଦ୍ୟାଳୟ ଠାରେ ପହଞ୍ଚି ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ସେହପରି ଏଠାରେ ସାଧୁଚରଣ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ରଥକୁ ଭବ୍ୟ ସ୍ୱାଗତ କରାଯାଇଥଲା ।

ଛାତ୍ରଛାତ୍ରୀମାନଙ୍କୁ ବାପୁଜୀଙ୍କ ଜିବନୀ ଉପରେ ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା । ସେହିପରି ବାମଣ୍ଡା ଉଚ୍ଚ ବିଦ୍ୟାଳୟ ଓ ମଡେଲ ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ରଥକୁ ସ୍ୱାଗତ କରାଯାଇଥିଲା । ଉଭୟ ରଥ ବୌଦ୍ଧ ବ୍ଲକରେ ପହଞ୍ଚିବା ପରେ ଆଇଆରବି ୫ମ ବାଟାଲିୟନ ଓ ଆଦର୍ଶ ବିଦ୍ୟାଳୟ ବୌଦ୍ଧ ର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଗେହ୍ଲାମା କଳାନିକେତନ,ପ୍ରଣାମ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ନୃତ୍ୟ ଓ ସଙ୍ଗିତ ପରିବେଷଣ କରିବା ସହିତ ବିଭିନ୍ନ ମହାପୁରୁଷମାନଙ୍କ ବେଶ ପ୍ରଦର୍ଶନ କରାଯାଇଥିଲା ।

ଏହି ଅବସରରେ ବୌଦ୍ଧ ବ୍ଲକରେ ସହୀଦ ସ୍ତମ୍ବରେ ମାଲ୍ୟାର୍ପଣ କରାଯାଇଥିଲା । ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ଉପାଧ୍ୟକ୍ଷ ପାନେଶ୍ୱରୀ ଦେହୁରୀ, ଅତିରକ୍ତ ଜିଲାପାଳ ବବିତାରାଣୀ ଦଳବେହେରା, ଏବିଡିଓ ପ୍ରମୋଦ କୁମାର ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ବିଡିଓ ଅବିନାଶ ପାଣ୍ଡିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।