କାର ଧକ୍କାରେ ୧୧ ବର୍ଷ ର ନାଁ ବାଳିକା ଆହତ

0
128
କାର

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୦୫/୦୯) : ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଥାନା କଳାଖଣ୍ଡି ଠାରେ କାର ଧକ୍କାରେ ଜଣେ ନାବାଳିକା ଗୁରୁତର ହୋଇଥିବା ସୂଚନା ମିଳିଛି ।WhatsApp Image 2022 09 05 at 5.10.45 PM କାର ଧକ୍କାରେ ୧୧ ବର୍ଷ ର ନାଁ ବାଳିକା ଆହତ

ପ୍ରାପ୍ତ ସୂଚନା ମତେ ସୋମବାର ଦିନ ୧୨ ଟା ସମୟରେ କଳାଖଣ୍ଡି ଗ୍ରାମ ର ରୁନିତା ଭୋଇ (୧୧) ନିଜ ସମ୍ପର୍କୀୟ ଙ୍କ ସହ କୋଣସି କାମରେ ଆସି ଜାତୀୟ ରାଜପଥ ପାର୍ଶ୍ୱରେ ଠିଆ ହୋଇଥିଲେ । ଏହି ସମୟରେ ଚାରିଛକ ପଟରୁ ବୌଦ୍ଧ ପଟକୁ ଆସୁଥିବା ଏକ କାର (ଓଆର ୦୨ ଏକ୍ୟୁ ୯୦୮୦) ରୁନିତାକୁ ଧକ୍କା ଦେଇଥିଲା । ଏଥିରେ ରୁନିତା ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ଗୁରୁତରକୁ ଉଦ୍ଧାର କରି ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେପଟେ ଚାଳକ ଟି କାରଟିକୁ ରାସ୍ତା ଉପରେ ଛାଡି ଘଟଣା ସ୍ଥଳରୁ ଚମ୍ପଟ ମାରିଛି । ପୁରୁଣାକଟକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାରକୁ ଜବଦ କରି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।