ଗୁଣପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ଦିବସ ପାଳନ

0
184
ଗୁଣପୁରସ୍ଥିତ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୫/୯) : ରାୟଗଡ଼ା ଜିଲ୍ଲା ର ଗୁଣପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ଦିବସ ଯଥାରୀତି ଅନୁଷ୍ଠିତ ହୋଇ ଯାଇଛି । ଗୁରୁ ବିନା ଶିକ୍ଷା ଅସମ୍ଭବ ।

ଆଜିର ଏହି ପବିତ୍ର ଗୁରୁ ଦିବସ ଅବସରରେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ର ଅବସର ପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ଶ୍ରୀ ଗୋପୀନାଥ ଶତପଥୀଙ୍କୁ ସମ୍ବର୍ଦ୍ଧନା କରାଯାଇ ପୂଜନ କରାଯାଇଥିଲା । ଗୁଣପୁରସ୍ଥିତ ଅନୁଷ୍ଠାନ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର ଶତପଥୀ ଉଦ୍ଦେଶ୍ୟ ପ୍ରତିପାଦନ କରିଥିଲେ । ଅନୁଷ୍ଠାନ ର ସଭାପତି ଶ୍ରୀ ବି. ଗଜପତି ରାଓ, ସମ୍ପାଦକ ଶ୍ରୀ ସୋମନାଥ ଗୌଡ, ସଂକୁଳ ପ୍ରମୁଖ ଶ୍ରୀ ଜଗନ୍ନାଥ ପଟ୍ଟନାୟକ ଓ ସଦସ୍ୟା ଶ୍ରୀମତୀ ପ୍ରତିଭା ରଥ ଓ ପୂର୍ବତନ ସଭାପତି ଶ୍ରୀ ଲଳିତ କୁମାର ବୈଦ୍ୟଭୂଷଣ ଉପସ୍ଥିତ ଥିଲେ । ଆଚାର୍ଯ୍ୟ। ସୁଶ୍ରୀ ପ୍ରିୟଙ୍କା ସାହୁ ସଂଯୋଜନା କରିଥିଲେ ।