ବ୍ଲକ ପ୍ରୋଜେକ୍ଟ କୋଡିନେଟର ଙ୍କ ବେକରେ ଦଉଡି : ଷଡଯନ୍ତ୍ର ହତ୍ୟା ନାଁ ଆତ୍ମହତ୍ୟା ?

0
268
ବ୍ଲକ ପ୍ରୋଜେକ୍ଟ

ରିପୋର୍ଟ : ସୁଶାନ୍ତ ବେହେରା
କଣ୍ଟାମାଳ, (୧୩/୦୯) : ବ୍ଲକ ପ୍ରୋଜେକ୍ଟ କୋଡିନେଟର ଙ୍କ ବେକରେ ଦଉଡି ଲଗାଯାଇ ମୃତ୍ୟୁ, ଆତ୍ମହତ୍ୟା ନାଁ ହତ୍ୟା ? ସନ୍ଦେହ ଘେରରେ ପୋଲିସ ।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପ୍ରୋଜେକ୍ଟ କୋଡିନେଟର ଠାକୁର ବେହେରା ଏହା ଆତ୍ମହତ୍ୟା କରିଛନ୍ତି ନାଁ ହତ୍ୟା ସ୍ପଷ୍ଟ ଜଣା ପଡିନି । ତାଙ୍କର ସ୍ତ୍ରୀ ଙ୍କ ହତ୍ୟା କରାଯାଇ ଅଛି ବୋଲି ଅଭିଯଗୋ ଆଣିଛନ୍ତି । କଣ୍ଟାମାଳ ଥାନା ଅଧିକାରୀ ଘଟଣାକୁ ତଦାରକ କରୁଥିବା ସୂଚନା ମିଳିଛି । ଏବେ ଯାଏ ଆତ୍ମହତ୍ୟା ନାଁ ହତ୍ୟା ଜଣାପଡି ନାହିଁ । ଶ୍ରୀ ବେହେରା ବ୍ଲକ କଲୋନୀ ସ୍ଥିତ ସରକାରୀ ବାସଭବନରେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି ।

ଶ୍ରୀ ବେହେରା ବୌଦ୍ଧ ଜିଲ୍ଲା ସଦର ବ୍ଲକ ପୋଡାବଲସ ଗ୍ରାମ ର ହୋଇଥିବା ବେଳେ ସେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକରେ ବ୍ଲକ ପ୍ରୋଜେକ୍ଟ କୋଡିନେଟର ଭାବେ କାର୍ଯ୍ୟରତ ଥାଇ ବ୍ଲକ ସରକାରୀ ବାସ ଭବନରେ ପରିବାର ନେଇ ରହୁଥିଲେ । ନିଜ ଘର ର କିଛି କାର୍ଯ୍ୟ ଥିବାରୁ ଗତ ଶନିବାର ୧୦/୦୯ ତାରିଖରେ ପରିବାର ସହିତ ତାଙ୍କ ବାସଭବନ ପୋଡାବଲସ ଘରକୁ ଯାଇଥିଲେ ଓ ସୋମବାର ଦିନ ଘରେ ପରିବାରକୁ ଛାଡି ଏକାକୀ ବ୍ଲକ କୁ କାର୍ଯ୍ୟ ପାଇଁ ଆସି ଏକୁଟିଆ ସରକାରୀ ବାସଭବନରେ ରହୁଥିଲେ ।

ଗତକାଲି ରାତ୍ରି ସମୟରେ କାହିଁକି ଓ କେଉଁ ପରିସ୍ଥିତିରେ ? କିମ୍ବା ଏହା ହତ୍ୟା ଆଜି ସକାଳେ ଏହି ଅଭାବନୀୟ ଘଟଣା ଲୋକ ଲୋଚନକୁ ଆସିଥିଲା । ଘଟଣା ର ଖବର ପାଇ କଣ୍ଟାମାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବା ସହିତ ସାଇଣ୍ଟିଫିକ ଟିମ ଙ୍କ ସହାୟତାରେ ତଦନ୍ତ ଆରମ୍ଭ କରିଛି । ମୃତ ବେହେରା ଙ୍କ ସ୍ତ୍ରୀଙ୍କ ଅଭିଯୋଗ ତାଙ୍କ ସ୍ୱାମୀ ଙ୍କୁ ହତ୍ୟା କରି ଆତ୍ମହତ୍ୟା ର ରୂପ ଦିଆଯାଇଛି ।