ବୌଦ୍ଧ ଜିଲ୍ଲାରେ କଣ୍ଟାମାଳ ବ୍ଲକ ଅଧ୍ୟକ୍ଷ ଆସନ ବିଜେପି ଖାତାକୁ ୨, ବିଜେଡିକୁ ୧

0
171
ବୌଦ୍ଧ ଜିଲ୍ଲାରେ କଣ୍ଟାମାଳ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୨/୦୩) : ବୌଦ୍ଧ ଜିଲ୍ଲା ୩ ଗୋଟି ବ୍ଲକ କୁ ନେଇ ଗଠିତ । ଚଳିତ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବୌଦ୍ଧ ଜିଲ୍ଲାରେ କଣ୍ଟାମାଳ ବ୍ଲକ ଅଧ୍ୟକ୍ଷ ଆସନ ବିଜେପି ୨ ଟି ଅକ୍ତିଆର କରିଥିବା ବେଳେ ବିଜେଡି ଗୋଟିଏ ଆସନ ପାଇଛି ।

୨୦୦୭ ରୁ କଣ୍ଟାମାଳ ବ୍ଲକ ର ବିଜେଡି ର ଦୁର୍ଗ ଏଯାବତ ବିଜେଡି ହାତରେ ରହି ଆସିଅଛି । ବିଜେପି ସତ ଚେଷ୍ଟା କରି ବି ଚଳିତ ବର୍ଷ ଏହି ଦୁର୍ଗକୁ ଭାଙ୍ଗି ପାରିନି । ବିନା ପ୍ରତିଦ୍ଵନ୍ଦୀ ରେ ବିଜେଡି ସମର୍ଥିତ ପ୍ରାର୍ଥୀନୀ ସସ୍ମିତା ସେନାପତି ବୌଦ୍ଧ ଜିଲ୍ଲାରେ କଣ୍ଟାମାଳ ବ୍ଲକ ଅଧ୍ୟକ୍ଷ ଆସନ ଅକ୍ତିଆର କରିଛନ୍ତି । ସେ ବିଗତ ୨୦୦୭ ରେ ବି ଏହି ଆସନରେ ବସିଥିଲେ ।

କିନ୍ତୁ ବୌଦ୍ଧ ଓ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ଆସନ ୨ ଟି ବିଜେପି ହାତ ମୁଠାରେ ଥିବାବେଳେ ବିଜେଡି କୁ ବଡ଼ ଝଟକା ଲାଗିଛି କାରଣ ଗତ ନିର୍ବାଚନ ରେ ଏହି ୨ ଟି ଆସନ ବି ବିଜେଡି ଅକ୍ତିଆର କରିଥିଲା । କିନ୍ତୁ ବରିଷ୍ଠ ବିଜେପି ନେତା ସରୋଜ କୁମାର ପ୍ରଧାନ ଙ୍କ ମ୍ୟାଜିକ ରାଜନୀତି ଓ ଚତୁର ଗୋଟି ଚାଳନା ରେ ଏହି ବିଜେଡି ଦୁର୍ଗ ଭୁଶୁଡି ପଡି ବିଜେପି ଏହି ଦୁର୍ଗ ଉପରେ ନିଜର ଆଧିପତ୍ୟ ଜାହିର କରିବା ସହିତ ଅଧ୍ୟକ୍ଷ ଆସନ ନିଜ ଖାତାରେ ସାମିଲ କରିଛି ।

ସୂଚନା ମତେ ବିଜେପି ସମର୍ଥିତ ପ୍ରାର୍ଥୀ ପ୍ରିୟଦର୍ଶି ପ୍ରତ୍ୟୁଷ ରଞ୍ଜନ ରଥ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ଆସନରେ ବିଜୟୀ ହୋଇଥିବା ବେଳେ ମ୍ୟାଜିକ ମ୍ୟାନ ସରୋଜ କୁମାର ପ୍ରଧାନ ଙ୍କ ଧର୍ମ ପତ୍ନୀ ସ୍ନେହ ଲତା ପ୍ରଧାନ ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ହୋଇଛନ୍ତି । ଶ୍ରୀମତୀ ପ୍ରଧାନ ଙ୍କୁ ହରଭଙ୍ଗା ବିଡ଼ିଓ ସ୍ମିତା ରଥ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ତେଣୁ ଚଳିତ ବର୍ଷ ବିଜେପି ୨ ଟି ଆସନରେ ବାଜିମାତ କୁ ନେଇ ବିଜେଡି ତାଟିଆ କାମୁଡୁଛି ।