ପ୍ରାଚୀନ କୀର୍ତ୍ତିରାଜି ସବୁର ସୁରକ୍ଷା ପାଇଁ ଦାବୀ

0
189
ପ୍ରାଚୀନ କୀର୍ତ୍ତିରାଜି

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୪/୯) : ପବିତ୍ର ଦେବଭୂମି ସୁବର୍ଣ୍ଣପୁର ଠାରେ ରହିଥିବା ପ୍ରାଚୀନ କୀର୍ତ୍ତିରାଜି ସବୁର ସୁରକ୍ଷା ତଥା ପୁନଃଉଦ୍ଧାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ସଚେତନ ନାଗରିକ ମଞ୍ଚ ର ସଭାପତି ସିତାଂଶୁ ଶେଖର ମିଶ୍ର ।WhatsApp Image 2022 09 14 at 6.43.07 PM ପ୍ରାଚୀନ କୀର୍ତ୍ତିରାଜି ସବୁର ସୁରକ୍ଷା ପାଇଁ ଦାବୀ

ସୁବର୍ଣ୍ଣପୁର ସଦର ମହକୁମାରେ ରହିଥିବା ପ୍ରାଚୀନ କୀର୍ତ୍ତିରାଜି ଯଥା ରାଜବାଟୀ, ଶଶିସେଣା ସ୍ମୃତିପୀଠ, (ନିମୁହିଁ ମନ୍ଦିର), ଦିଲଭାରପୁର ଜଙ୍ଗଲ ଠାରେ ରହିଥିବା ବୁଢାରଜା କୋଠା, ଅର୍ଜୁନପୁର ଗ୍ରାମରେ ରହିଥିବା ରାଜାକୋଠା ଏବଂ ଛନଛାନ୍ ଡୁଙ୍ଗୁରି ଇତ୍ୟାଦି ଐତିହାସିକ ସ୍ଥଳୀ ସବୁକୁ ଐତିହ୍ୟ ସ୍ଥଳୀ ର ମାନ୍ୟତା ସହ ସରକାର ତୁରନ୍ତ ଏହାକୁ ହାତକୁ ନେବା ପାଇଁ ସଚେତନ ନାଗରିକ ମଞ୍ଚ ଦାବି କରୁଛି ।

ଏ ନେଇ ପୂର୍ବରୁ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ସୁବର୍ଣ୍ଣପୁରବାସୀ ଏକ ସ୍ମାରକପତ୍ର ପ୍ରଦାନ ଜରିଆରେ ଉକ୍ତ ପୀଠ ସବୁକୁ ଐତିହ୍ୟ ସ୍ଥଳୀ ର ମାନ୍ୟତା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲ । ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ପୁଣିଥରେ ସଚେତନ ନାଗରିକ ମଞ୍ଚ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଏ ନେଇ ପତ୍ର ଲେଖିଲେ ବୋଲି ସଚେତନ ନାଗରିକ ମଞ୍ଚ ର ସଭାପତି ସୂଚନା ଦେଇଛନ୍ତି ।