ଶାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
662
ଶାରଦୀୟ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୬/୦୯) : ବ୍ରାହ୍ମଣସାହି ଦୁର୍ଗାମଣ୍ଡପ ଠାରେ ଶାରଦୀୟ ଦୁର୍ଗାପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ରାହ୍ମଣ ସାହି ର ସମସ୍ତ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ରହି ଦୁର୍ଗାପୂଜା ର କାର୍ଯ୍ୟକାରିଣୀ ସାରଣୀ ପ୍ରସ୍ତୁତ କରିଥିଲେ ।WhatsApp Image 2022 09 16 at 6.59.18 AM ଶାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବରିଷ୍ଠ ପୁରୋହିତଙ୍କ ଦ୍ୱାରା ଶାରଦୀୟ ମାଁ ଦୁର୍ଗା ଙ୍କ ପୂଜା ର ସମସ୍ତ ନୀତିକାନ୍ତି ର ସମୟ ନିର୍ଦ୍ଧାରିତ ହୋଇଥିଲା । ଏହିସବୁ ନୀତିକାନ୍ତି କିଭଳି ସଠିକ ସମୟରେ ସୁଚାରୁରୂପେ ପରିଚାଳିତ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିଲା । ଦୁଇ ବର୍ଷ ର ବ୍ୟବଧାନ ପରେ ଏହି ବର୍ଷ ସମସ୍ତ କଟକଣା ମୁକ୍ତ ପୂଜା ହେଉଥିବା ହେତୁ ପ୍ରବଳ ଜନସମାଗମ ହୋଇପାରେ ।

ସେଥିପାଇଁ ପ୍ରଶାସନ ତରଫରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଇବା ପାଇଁ ମଧ୍ୟ୍ୟ ପ୍ରଶାସନକୁ ଅନୁରୋଧ କରାଯାଇଥିବା ସୂଚନା ଦେଇଛନ୍ତି ସଭାପତି । ଆସନ୍ତା ଆଶ୍ୱିନ ଷଷ୍ଠୀ ତିଥିରେ ତଥା ଇଂ ତା ୧/୧୦/୨୨ ଶନିବାର ପ୍ରାତଃ ସମୟରେ ବିଲ୍ୱବରଣ ତାପରେ ମଙ୍ଗଳାରୋପଣ, ଅଙ୍କୁରାରୋପଣ ଓ ଗଙ୍ଗାଧିଵାସ ନୀତି ଅନୁଷ୍ଠିତ ହେବ । ସପ୍ତମୀ ତଥା ୦୨/୧୦/୨୨ ତାରିଖ ରବିବାର ଦିନ ମାଁ ଙ୍କର ସପ୍ତମୀ ପୂଜା ସହ ଗ୍ରାମଦେବୀ ଙ୍କର ଆଜ୍ଞାମାଳ ନୀତି ନିର୍ଘଣ୍ଟ ହୋଇଛି । ୦୩/୧୦/୨୨ ତାରିଖ ସୋମବାର ଦିନ ସନ୍ଧ୍ୟା ୭:୩୫ ଠାରୁ ୮:୪୧ ମଧ୍ୟେ ମହାଷ୍ଟମୀ ବିହିତ ସନ୍ଧିପୂଜା ହେବ ।

ତା ୪/୧୦/୨୨ ରିଖ ମଙ୍ଗଳବାର ମଧ୍ୟାହ୍ନରେ ମହାନବମୀ ପୂଜା ଓ ତା ୦୫/୧୦୨୨ ରିଖ ବୁଧବାର ଷୋଡଶ କନ୍ୟାପୂଜା ସହ ବିଜୟା ଦଶମୀ ପୂଜା ହେବାର ସମୟ ନିର୍ଦ୍ଧାରିତ ହୋଇଛି । ତା ୦୭/୧୦/୨୨ ରିଖ ଶୁକ୍ରବାର ଦିନ ମୃଣ୍ମୟୀ ମୂର୍ତ୍ତି ବିସର୍ଜନ ହେବାର ସୂଚନା ଦେଇଛନ୍ତି ବ୍ରାହ୍ମଣ ସାହି ଦୁର୍ଗାପୂଜା କମିଟି ର ସଭାପତି । ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ପୂଜା କମିଟି ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନି ।