ବିଜୁ ଜନତା ଦଳ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

0
209
ବିଜୁ ଜନତା

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୨୩/୯) : କୋରାପୁଟ ଜିଲ୍ଲା କୋଟପାଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋରିଗୁମ୍ମା ବ୍ଲକ ଶଶାହାଣ୍ଡି ପଞ୍ଚାୟତ ର ଜାତୀୟ ରାଜପଥ କଡରେ ଥିବା ପାର୍କରେ ଆଜି ଅପରାହ୍ନରେ ବିଜୁ ଜନତା ଦଳ ର ଏକ ଉଚ୍ଚ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 09 23 at 10.09.02 PM ବିଜୁ ଜନତା ଦଳ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଏହି ବୈଠକରେ ଜିଲ୍ଲା ପରିଷଦ ଜୋନ୍ ୧ ର ୧୨ ଗୋଟି ପଞ୍ଚାୟତ ର ବିଜୁ ଜନତା ଦଳ ର ସମସ୍ତ ନିର୍ବାଚିତ ସରପଞ୍ଚ ତଥା ଅନ୍ୟାନ୍ୟ ଲୋକ ପ୍ରତିନିଧିମାନେ ଯୋଗଦେଇ ଥିଲେ । ପୂର୍ବ ମନ୍ତ୍ରୀ ଶ୍ରୀମତି ପଦ୍ମିନୀ ଦିଆନ, ପୂର୍ବତନ ବିଧାୟକ ଶ୍ରୀ ଚନ୍ଦ୍ରଶେଖର ମାଝୀ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ମାଳତି ମାଝୀ, ଜିଲ୍ଲା ବିଜେଡ଼ି ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ନବ ନିଯୁକ୍ତ ସଭାନେତ୍ରୀ ଶ୍ରୀମତି ପାର୍ବତୀ ମସ୍ତି, ଜିଲ୍ଲା ପରିଷଦ ସଭ୍ୟ ପ୍ରସାଦ ବିଡିକା, ନରେନ୍ଦ୍ର ବିଷୋୟୀ ପ୍ରମୁଖ ଉପସ୍ଥିତ ଥିବା ଜଣାପଡିଛି । ଗତ ନିର୍ବାଚନରେ ବୋରିଗୁମ୍ମା ଜିଲ୍ଲା ପରିଷଦ ଜୋନ୍ ୧ ବିପୁଳ ପରିମାଣରେ ଜନ ସମର୍ଥନ ପାଇଥିବାରୁ ନିର୍ବାଚିତ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡିଛି ।