ମାଁ ସୁରେଶ୍ୱରୀ ଙ୍କ ଧବଳମୁଖୀ ବେଶ ଦର୍ଶନ ପାଇଁ ସୁବର୍ଣ୍ଣପୁର ସହର ଚଳ ଚଞ୍ଚଳ

0
145
ମାଁ ସୁରେଶ୍ୱରୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୫/୯) : ଆଜି ପବିତ୍ର ତିଥି ମହାଳୟା ଉପଲକ୍ଷେ ମନ୍ଦିର ମାଳିନୀ ସହର ତଥା ମନ୍ତ୍ର ତନ୍ତ୍ର ଓ ଯନ୍ତ୍ର ର ସୁବର୍ଣ୍ଣପୁର ସହର ଚଳ ଚଞ୍ଚଳ ହୋଇ ଉଠିଥିବା ବେଳେ ଆଜି ଧବଳମୁଖୀ ବେଶ ରେ ଇଷ୍ଟ ଦେବୀ ମାଁ ସୁରେଶ୍ୱରୀ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି ।

ମାଁ ସୁରେଶ୍ୱରୀ ଙ୍କୁ ଦର୍ଶନ ଲାଭ ଓ ଆଶୀର୍ବାଦ ଭିକ୍ଷା କରିବାକୁ ସକାଳ ୮ ଟା ରୁ ଢେର ରାତି ଯାଏଁ ମାଁ ଙ୍କ ମନ୍ଦିର ରେ ସହର ତଥା ଦୂର ଦୁରାନ୍ତ ର ହଜାରହଜାର ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗି ରହିଥିଲା । କୋଭିଡ ମହାମାରୀ ପାଇଁ ବିଗତ୨ ବର୍ଷ ଧରି ଭକ୍ତ ଓ ଶ୍ରଦ୍ଧାଳୁ ମାଁ ଙ୍କ ବେଶ ଦର୍ଶନ ରୁ ବଞ୍ଚିତ ଥିବା ବେଳେ ଏବର୍ଷ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଉଦ୍ଦିପନା ଦେଖିବାକୁ ମିଳିଛି l ଆଜିଠାରୁ କ୍ରମାନ୍ୱୟରେ ମାଁସୁରେଶ୍ୱରୀ କାଳୀ, ତାରା, ଷୋଡଶୀ, ଭୂବନେଶ୍ୱରୀ, ଭୈରବୀ, ବଗଳାମୁଖି, ଧୂମାବତୀ, ଜୟଦୁର୍ଗା, ମହିଷାମର୍ଦ୍ଦିନୀ ଓ ରାଜରାଜେଶ୍ୱରୀ ବେଶରେ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେବେ । ଆଜି ଠାରୁ ମାଁ ଙ୍କର ଏଇ ବିରଳ ବେଶ ଦର୍ଶନ ପାଇଁ ସକାଳୁ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗିରହିଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମନ୍ଦିର କମିଟି ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।