ଆଶାୟୀ ବିଧାୟକ ପ୍ରାର୍ଥୀଙ୍କୁ ଦୁର୍ବ୍ୟବହାର ସହ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ଅଭିଯୋଗ, ବିଜେଡି ଦଳର ଟୁକୁନି ସାହୁଙ୍କ କର୍ମୀଙ୍କ ଗୁଣ୍ଡାରାଜ

0
153
ଆଶାୟୀ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୨୫/୦୪) : ଟିଟିଲାଗଡ ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ବିଜେପି ଦଳ ର ଅଶୋକ ଦୋରା ଙ୍କୁ ଗତ କାଲି ଦିନ ପ୍ରାୟ ଅପରାହ୍ନ ୪ ଟା ସମୟ ରେ ସ୍ଥାନୀୟ ପୁରୁଣା ବ୍ୟାଙ୍କ ଛକ ନିକଟରେ ସ୍ଥାନୀୟ ବିଧାୟିକା ଟୁକୁନି ସାହୁ ଙ୍କ କିଛି ବିଜେଡି କର୍ମୀ ଦୁର୍ବ୍ୟବହାର ସହ ଅସ୍ମିଳ ଭାଷା ରେ ଗାଳି, ଗୁଲଜ କରି ଧମକ, ଚମକ ଦେବା ଅଭିଯୋଗ ହୋଇଛି ।WhatsApp Image 2024 04 25 at 18.56.15 1 ଆଶାୟୀ ବିଧାୟକ ପ୍ରାର୍ଥୀଙ୍କୁ ଦୁର୍ବ୍ୟବହାର ସହ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ଅଭିଯୋଗ, ବିଜେଡି ଦଳର ଟୁକୁନି ସାହୁଙ୍କ କର୍ମୀଙ୍କ ଗୁଣ୍ଡାରାଜ

ସେହିଭଳି ଖୋଲା,ଖୋଲି ଭାବରେ ନିର୍ବାଚନ ଆଚରଣ ବିଧି ର ଉଲ୍ଲଘଂନ କରି ବିଜେଡି ଦଳ ର ବିଭିନ୍ନ ହୋଡ଼ିଂ ସହ ଶଙ୍ଖ ଚିହ୍ନ ର ପ୍ରଚାର ଷ୍ଟିକର ଲାଗି ରହିଛି । ଇତି ମଧ୍ୟରେ ପୂର୍ବରୁ ଟଙ୍କା ବଳରେ ଯୋଜନା ବଦ୍ଧ ଭାବେ ବିଜେପି ଦଳ ର ଆଶାୟୀ ପ୍ରାର୍ଥୀ ନବୀନ ଜୈନ ଙ୍କୁ ବିରୋଧ କରିବା ବେଶ୍ ଚର୍ଚ୍ଚା ଜୋର ଧରିଛି । ଏହି ନିର୍ବାଚନ ମଣ୍ଡଳୀ ଏବେ ସାରା ରାଜ୍ୟ ରେ ଫୋକସ ରେ ଥିବା ବେଳେ ସାଧାରଣ ସଚେତନ ନାଗରିକ,ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ସହ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ, ଏ ନେଇ ମୁଖ୍ୟ ନିର୍ବାଚନ କମିଶନର ତୁରନ୍ତ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦୃଢ଼ ଦାବି ହେଉଛି । ଅବାଧ, ନିରପେକ୍ଷ ଭାବେ ମତଦାନ ସାବ୍ୟସ୍ତ ନେଇ ସ୍ଵତନ୍ତ୍ର ବ୍ୟବସ୍ଥା ଥିବା ବେଳେ ତାହା କିଭଳି ସଫଳ କାର୍ଯ୍ୟକାରୀ ହେବ ସେ ଦିଗରେ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Leave a Reply