ଇଣ୍ଡୋର ଷ୍ଟାଡିୟମ ଠାରେ ଓଡ଼ିଶା ରାଜ୍ୟ ସ୍ତରୀୟ ବରିଷ୍ଠ ବ୍ୟାଡମିଣ୍ଟନ ଚାମ୍ପିଆନସିପର ଉଦଯାପିତ

0
315
ଇଣ୍ଡୋର ଷ୍ଟାଡିୟମ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୫/୦୯) : ଓଡ଼ିଶା ରାଜ୍ୟ ସ୍ତରୀୟ ବରିଷ୍ଠ ବ୍ୟାଡମିଣ୍ଟନ ଚାମ୍ପିଆନସିପର ଆଜି ଉଦଯାପିତ ହୋଇଯାଇଛି । ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ଠାରେ ଗତ ତା ୨୩-୦୯-୨୨ରିଖ ଠାରୁ ଆଜି ତା ୨୫-୦୯-୨୨ ରିଖ ତିନିଦିନ ଯାଏଁ ଆୟୋଜିତ ହୋଇଯାଇଛି ।WhatsApp Image 2022 09 25 at 9.08.37 PM ଇଣ୍ଡୋର ଷ୍ଟାଡିୟମ ଠାରେ ଓଡ଼ିଶା ରାଜ୍ୟ ସ୍ତରୀୟ ବରିଷ୍ଠ ବ୍ୟାଡମିଣ୍ଟନ ଚାମ୍ପିଆନସିପର ଉଦଯାପିତ

ଇଣ୍ଡୋର ଷ୍ଟାଡିୟମ ଠାରେ ଓଡ଼ିଶା ରାଜ୍ୟ ସ୍ତରୀୟ ବରିଷ୍ଠ ବ୍ୟାଡମିଣ୍ଟନ ଚାମ୍ପିଆନସିପର ଉଦଯାପିତ । ଏହି ଟୁର୍ଣ୍ଣlମେଣ୍ଟର ଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ଯୋଗଦାନ କରି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ ଓ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ରାଜ୍ୟ ସ୍ତରରେ ଅନୁଷ୍ଠିତ ମିକ୍ସ ଡବଲସ ପ୍ରତିଯୋଗୀତାରେ ଅଭିଜିତ ମହାରଣା ଓ ହର୍ଷିତା ରଣା ଯୋଡ଼ି ବିଜୟ ହୋଇଥିବା ବେଳେ ଅମ୍ଳାନ କେଶର ଗଡ଼ନାଏକ ଓ ନିହାରିକା ଦାସ ଯୋଡ଼ି ରନର୍ସ ଅପ ହୋଇଥିଲେ ।

ସେହିପରି ପୁରୁଷ ସିଙ୍ଗଲସ ରେ ପରେଶ ମାଥୁର ବିଜ୍ଞ ହୋଇଥିବା ବେଳେ ଅନିର୍ବାଣ ମଣ୍ଡଳ ରନର୍ସ ଅପ ହୋଇଥିଲେ । ସେହିପରି ପୁରୁଷ ଡୋବଲସରେ ପରେଶ ମାଥୁର ଏବଂ ଅନିର୍ବାଣ ମଣ୍ଡଳ ଯୋଡ଼ି ବିଜୟ ହୋଇଥିବା ବେଳେ ଅମ୍ଳାନ ଗଡ଼ନାଏକ ଓ ତନ୍ମୟ ସାହୁ ଯୋଡ଼ି ରନର୍ସ ଅପ ହୋଇ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ ।

ଏଥିରେ ରାଜ୍ୟର ସମସ୍ତ ୩୦ ଗୋଟି ଜିଲ୍ଲାର ମୋଟ ୧୮୭ ଜଣ ପ୍ରତିଯୋଗୀ ସେଥିରୁ ୨୩ ଜଣ ମହିଳା ପ୍ରତଯୋଗୀ ସାମିଲ ହୋଇଥିଲେ । ଏହି ପ୍ରତିଯୋଗୀତାକୁ ପରିଚାଳନା କରିବା ନିମନ୍ତେ ରାଜ୍ୟସ୍ତରରୁ ମାନସ ରଞ୍ଜନ ଦାଶ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶେଖ ଆଲେନୁର, ଉପଦେଷ୍ଟା ହିମାଂଶୁ ପାଣ୍ଡିଆ, ରାୟଗଡ଼ା ବ୍ୟାଡମିଣ୍ଟନ ସେକ୍ରେଟାରୀ ସୁରେଶ ଚନ୍ଦ୍ର ପଣ୍ଡା, ଡ଼ିଡିସି ସଂଯୋଜକ ମନୋଜ କୁମାର ପାଢୀ, କୋଷାଧ୍ୟକ୍ଷ ଯେ. ଧର୍ମା,ଉପସଭାପତି ଚାନ୍ଦୁ, ଡିଜେ, ଭିନିତ ଚୈତନ୍ୟ ଏବଂ ଅନ୍ୟାନ୍ୟ କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ ।