ରାୟଗଡ଼ା ନିର୍ବାଚନ ମଣ୍ଡଳୀ ର ଉନ୍ନୟନ କାମ ସମୀକ୍ଷା କଲେ ବିଧାୟକ ମକରନ୍ଦ ମୁଦୁଲି

0
192
ରାୟଗଡ଼ା ନିର୍ବାଚନ ମଣ୍ଡଳୀ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା.(୨୯/୯) : ରାୟଗଡ଼ା ନିର୍ବାଚନ ମଣ୍ଡଳୀ ର ଉନ୍ନୟନ ମୂଳକ କାମ ସମୀକ୍ଷା କରିଛନ୍ତି ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି

ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଶ୍ରୀମତୀ ସ୍ୱଧାଦେବ ସିଂ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଶ୍ରୀ ରବି ନାରାୟଣ ତ୍ରିପାଠୀ, ପ୍ରକଳ୍ପ ପ୍ରଶାସକ ଆଇ.ଟି.ଡି.ଏ. ରାୟଗଡ଼ା, ପ୍ରକଳ୍ପ ନିର୍ଦ୍ଦାଶକ ଜଳ ବିଭାଜକ ମିଶନ ରାୟଗଡ଼ା ଓ ରାୟଗଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯଥା ବି.ଡି.ଓ. ରାୟଗଡ଼ା ଓ ବି.ଡି.ଓ. କାଶୀପୁର ସହିତ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।

ଏହି ବୈଠକରେ ବିଶେଷ କରି ବିଧାୟକ ଅନୁଦାନ ପାଣ୍ଠି, ବିଜୁ, କେ.ବି.କେ. କ୍ରିଟିକାଲ ମେପ ଫଣ୍ଡ, ଜିଲ୍ଲା ଖଣିଜ ପାଣ୍ଠି, ସ୍ୱତନ୍ତ ସମସ୍ୟା ପାଣ୍ଠି, ରାୟଗଡ଼ା ନିର୍ବାଚନ ମଣ୍ଡଳୀର ଉନ୍ନୟନ କାମ ଉପରେ ସମୀକ୍ଷା କରିଥିଲେ । ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପ୍ରକଳ୍ପ ଅସଂପୂର୍ଣ୍ଣ କାର୍ଯ୍ୟ ଗୁଡିକର ତୁରନ୍ତ ସମ୍ପୂର୍ଣ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ କହିଥିଲେ ।

କ୍ରୀଟୀକାଲ ଗେପ ଫଣ୍ଡ, ତଥା ମିନି ଷ୍ଟାଡିୟମ, ମେଡିକାଲ ବିଲ୍ଡିଂଗ, ବସଷ୍ଟାଣ୍ଡ, 5T ସ୍କୁଲ, ଆଦର୍ଶ ବିଦ୍ୟାଳୟ ହଷ୍ଟେଲ, ରାୟଗଡ଼ାରେ ୬ ଟି ଏବଂ କାଶୀପୁରରେ ୧୦ ଟି କଲ୍ୟାଣ ମଣ୍ଡପ ଆତିଶୀଘ୍ର ସମ୍ପୂର୍ଣ କରିବା ନିମନ୍ତେ କହିଥିଲେ l ରାୟଗଡ଼ା ଓ କାଶୀପୁର ବ୍ଲକର ସ୍ୱଚ୍ଛ ପାଣି ନିମନ୍ତେ ହେବାକୁ ଥିବା ମେଗା ପ୍ରକଳ୍ପକୁ ତୁରନ୍ତ ସମ୍ପୂର୍ଣ କରିବାକୁ ଗ୍ରାମୀଣ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ବାଚନ ମଣ୍ଡଳୀ ଯେପରି ଏକ ନମ୍ୱର ହେବ ସେଥି ନିମନ୍ତେ ସମସ୍ତେ ଚେଷ୍ଟା କରିବାକୁ ସବୁ ବିଭାଗୀୟ ଅଧିକାରୀ ମାନଙ୍କୁ ଅନୁରୋଧ କରିଥିଲେ l