ଟିଟିଲାଗଡ଼ ଉପଖଣ୍ଡ ପୁଲିସ ଆରକ୍ଷୀ ଅଧିକ୍ଷକ ଭାବେ ଯୋଗ ଦେଇଛନ୍ତି ଅଙ୍କିତା କୁମ୍ଭାର

0
319
ପୁଲିସ ଆରକ୍ଷୀ ଅଧିକ୍ଷକ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୩୦/୦୯) : ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ପୁଲିସ ଆରକ୍ଷୀ ଅଧିକ୍ଷକ ଭାବେ ଯୋଗ ଦେଇଛନ୍ତି ଅଙ୍କିତା କୁମ୍ଭାର

ଅଙ୍କିତା କୁମ୍ଭାର ୨୦୧୯ ବ୍ୟାଚ୍‌ ର ଓପିଏସ୍‌ ଅଫିସର । ସେ ପୂର୍ବରୁ ଜଳେଶ୍ୱର ଏସ୍‌ଡିପିଓ ଭାବରେ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରି ଏବେ ଟିଟିଲାଗଡ଼ରେ ଯୋଗଦାନ କରିଛନ୍ତି । ସୂଚନା ଅନୁଯାୟୀ, ପୂର୍ବତନ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥିଙ୍କର କଟକ ବଦଳି ହେବା ଜଣାପଡିଛି । ନୂତନ ଏସଡିପିଓ ଭାବେ ଯୋଗଦେବା ପରେ ଟିଟିଲାଗଡ଼ ପୁଲିସ ଉପଖଣ୍ଡରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଢ଼ତାର ସହିତ ବଜାୟ ରଖିବା ଓ ଅପରାଧ ଏବଂ ଅପରାଧିଙ୍କୁ ଦୃଢ଼ତାର ସହିତ ଦମନ କରାଯିବ ବୋଲି ପ୍ରକାଶ କରିଛନ୍ତି ।