ରାମକୃଷ୍ଣ ବାଳାଶ୍ରମ ଠାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ

0
152
ରାମକୃଷ୍ଣ ବାଳାଶ୍ରମ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୦୨/୧୦) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମକୃଷ୍ଣ ବାଳାଶ୍ରମ ବିରନରସିଂହପୁର ଠାରେ ସ୍ଵାଧୀନତା ର ୭୫ ତମ ବର୍ଷ ପୂର୍ତ୍ତି ତଥା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ସର୍ବ ପ୍ରଥମରେ ସମସ୍ତ ଅତିଥିଗଣ ଗାନ୍ଧୀଜି ଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲା ଅର୍ପଣ କରିଥିଲେ ।

ରାମକୃଷ୍ଣ ବାଳାଶ୍ରମ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ବବିତା ରାଣୀ ଦଳବେହେରା, ଅତିରିକ୍ତ ଜିଲ୍ଲାପାଳ ବୌଦ୍ଧ ଯୋଗଦେଇ ସ୍ଵାଧୀନତା ର ୭୫ ବର୍ଷ ପୂର୍ତ୍ତି ଅବସରରେ ଶିଶୁଯତ୍ନ ଅନୁଷ୍ଠାନ ତରଫରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତା ତଥା ଶିଶୁ ମାନେ ବିଭିନ୍ନ ଅନୁଷ୍ଠାନ ଯଥା ଶିଳ୍ପ ତାଲିମ କେନ୍ଦ୍ର, ପୁଲିସ ଥାନା, ବ୍ୟାଙ୍କ ଓ ଡାକଘର ପରିଦର୍ଶନ କାର୍ଯକ୍ରମ ବିଷୟରେ ଜାଣି ଖୁସି ହୋଇଥିଲେ ଓ ଶିଶୁ ମାନଙ୍କୁ ସମସ୍ତ ପ୍ରତିଯୋଗୀତାରେ ଭାଗନେବା ପାଇଁ ପରାମର୍ଶ ଦେଇଥିଲେ ।

ଅନ୍ୟତମ ଅତିଥି ଭାବରେ ଶିଶୁ ମାନଙ୍କର ପ୍ରତିନିଧି କୁମାରୀ ପ୍ରଭାସିନୀ ଖେତି ସଭାରେ ଯୋଗଦେଇ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସର୍ବଦା ସତ୍ୟ କହିବା, ସମୟ ର ସଦୁପଯୋଗ କରିବା ଓ ନିଷ୍ଠା ର ସହ କଠିନ ପରିଶ୍ରମ କଲେ ଜଣେ ଜୀବନରେ ଭଲ ମଣିଷ ହୋଇ ପାରିବା ବୋଲି ତାଙ୍କର ମତ ପ୍ରକାଶ କରିଥିଲେ ।

ଅନ୍ୟତମ ଅତିଥି ଭାବରେ ଆଶ୍ରମ ର ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର ପ୍ରଧାନ ନିଜ ବକ୍ତବ୍ୟରେ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀ ଜି ଙ୍କ ଜୀବନୀ ଓ ନୀତି ଆଦର୍ଶ ଉପରେ ବିସ୍ତ୍ରୁତ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଭାବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରାହୁଲ ପ୍ରଧାନ ଓ ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ରିତିକାନ୍ତି ବଳିଆରସିଂହ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ କୁ ସୁରକ୍ଷା ଅଧିକାରୀ ଆନୁଷ୍ଠାନିକ ସେବା ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ମଲ୍ଲିକ ସ୍ଵାଗତ ଭାଷଣ ତଥା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଅନୁଷ୍ଠାନ ର ସମ୍ପାଦକ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ବଘାର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ସମସ୍ତ ଶିଶୁ ଓ ପରିଚାଳନା କମିଟି ର ସଦସ୍ୟ ଯୋଗଦେଇଥିଲେ । ଅନୁଷ୍ଠାନ ର ପରାମର୍ଶଦାତା ଶ୍ରୀ ପ୍ରବୀଣ କୁମାର ହୋତା, ହିସାବ ରକ୍ଷକ ଶ୍ରୀଯୁକ୍ତ ଅନନ୍ତ କୃଷ୍ଣ ବାଗ, C.W.O. ଶ୍ରୀଯୁକ୍ତ ନୀଳାଚଳ ପ୍ରଧାନ ଏବଂ ସମସ୍ତ କର୍ମଚାରୀ ସହୋଯୋଗ କରିଥିଲେ ।