ଦାଦାର ବୋମାମାଡ଼ ରେ ଚାଲିଗଲା ପୁତୁରାର ଜୀବନ

0
209
ଦାଦାର ବୋମାମାଡ଼

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପିପିଲି, (୦୫/୧୦) : ଦାଦାର ବୋମାମାଡ଼ ରେ ଚାଲିଗଲା ପୁତୁରାର ଜୀବନ । ଏହି ଘଟଣା ଘଟିଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହରିରାଜପୁର ପଞ୍ଚାୟତର ନଇଁଭଂସର୍ ଗାଁରେ ।

ଦାଦାର ବୋମାମାଡ଼ ରେ ଚାଲିଗଲା ପୁତୁରାର ଜୀବନ । ମୃତ ବ୍ୟକ୍ତି ଜଣଙ୍କ ହେଲେ ତପନ ଦାସ । ଘଟଣାପରେ ତାଙ୍କ ଦାଦା ବିଦ୍ୟାଧର ଦାସ ଫେରାର ହୋଇଯାଇ ଥିବା ସୂଚନା ମିଳିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ତପନ ଓ ବିଦ୍ୟାଧରଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏନେଇ ତପନଙ୍କ ଭାଇ ହରିରାଜପୁର ଫାଣ୍ଡିରେ ଏତଲା ଦେଇଥିଲେ ।

ଏହାକୁ ନେଇ ବିଦ୍ୟାଧର ରାଗି ଯାଇଥିଲେ । ସେ ନିଜ ଘର ଛାତ ଉପରୁ ୫ଟି ବୋମା ତପନଙ୍କ ଘର ବାହାରକୁ ପିଙ୍ଗିଥିଲେ । ଏହି ସମୟରେ ତପନଙ୍କ ଝିଅ ବାହାରେ ଖେଳୁଥିଲା । ତପନ ନିଜ ଝିଅକୁ ବଞ୍ଚାଇବାକୁ ଯାଇ ବୋମାମାଡ଼ର ଶିକାର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତପନଙ୍କର ମୃତ୍ୟୁ ଘଟିଥିଲା । କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ଗାଁରେ ପୁଲିସ ମୁତୟନ କରାଯାଇଛି । ଏହା ସହିତ ପୁଲିସ ଘଟଣାର ତଦନ୍ତ କରୁଛି ।