ବ୍ରିଜ ର ୫୦ ଫୁଟ୍‌ ତଳକୁ ଖସିପଡ଼ିଲା ଟ୍ରକ୍ :୨ ମୃତ

0
165
ବ୍ରିଜ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋଇଡ଼ା, (୦୬/୧୦) : ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ କାଲଟା ଫାଣ୍ଡି ନିକଟରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏକ ଟ୍ରକ୍ ଭାରସାମ୍ୟ ହରାଇ ତୋଡା ବ୍ରିଜ ରୁ ୫୦ ଫୁଟ୍‌ ତଳକୁ ଖସି ପଡ଼ିଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ଟ୍ରକ୍‌ ର ଡ୍ରାଇଭର ଓ ହେଲ୍ପର । ଉଭୟଙ୍କର ପରିଚୟ ମିଳିନାହିଁ ।

ଆଜି ସକାଳେ ଟ୍ରକ୍‌ଟି କୋଇଡ଼ାରୁ ଖଣିଜ ପଦାର୍ଥ ନେଇ ରାଉରକେଲା ଅଭିମୁଖେ ଯାଉଥିଲା । ଏହି ସମୟରେ ତୋଡ଼ା ବ୍ରିଜ ନିକଟରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ବ୍ରିଜର ୫୦ ଫୁଟ୍‌ ତଳକୁ ଖସି ପଡ଼ିଥିଲା । ଡ୍ରାଇଭର ଓ ହେଲ୍ପର ଟ୍ରକ୍ ତଳେ ଚାପି ହୋଇଯାଇଥିଲେ । ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି । ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।