ପୁଣି ବଢ଼ିପାରେ ପେଟ୍ରୋଲ ଓ ଡିଜେଲ୍ ଦର !

0
192
ପୁଣି ବଢ଼ିପାରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୭/୧୦) : ପୁଣି ବଢ଼ିପାରେ ତୈଳଦର । ପେଟ୍ରୋଲ ଓ ଡିଜେଲ୍ ଦର ପୁଣିଥରେ ବଢ଼ିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି। କେବଳ ଭାରତ ନୁହେଁ, ବିଶ୍ୱସ୍ତରରେ ପେଟ୍ରୋଲିୟମ ଜାତ ସାମଗ୍ରୀର ଦର ବୃଦ୍ଧି ହୋଇପାରେ ।

ପୁଣି ବଢ଼ିପାରେ ପେଟ୍ରୋଲ ଓ ଡିଜେଲ୍ ଦର ! ତୈଳ ରପ୍ତାନୀକାରୀ ଦେଶଙ୍କୁ ନେଇ ଗଠିତ ସଙ୍ଗଠନ ଓପେକ୍ ପ୍ଲସ୍ ପକ୍ଷରୁ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ମାସ ଅର୍ଥାତ୍ ନଭେମ୍ବରରେ ଦୈନିକ ୨୦ ଲକ୍ଷ ବ୍ୟାରେଲ୍ ଅଶୋଧିତ ତୈଳ ଉତ୍ପାଦନ ହ୍ରାସ କରାଯିବ । କୋଭିଡ୍ ପରେ ଏତେ ବଡ଼ ଉତ୍ପାଦନ କାଟ୍ କେବେ ଦେଖିବାକୁ ମିଳିନଥିଲା । ତେଣୁ ଉତ୍ପାଦନ କମିଲେ ଆପେ ଆପେ ବିଶ୍ୱସ୍ତରରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ତୈଳ ଦରକୁ ବଢ଼ାଇଲେ ମାନ୍ଦାବସ୍ଥା ସହ ଜୁଝୁଥିବା ବିଶ୍ୱ ଅର୍ଥନୀତିକୁ ଗତି ମିଳିବ ବୋଲି ଯୁକ୍ତି ଦର୍ଶାଇଛି ଓପେକ୍ ପ୍ଲସ୍ । ଅନ୍ୟପକ୍ଷରେ ସାଉଦି ଆରବ ଓ ରୁଷ ନେତୃତ୍ୱାଧୀନ ଓପେକି ଏଭଳି ପଦକ୍ଷେପକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଆମେରିକା ଓ ୟୁରୋପୀୟ ସଂଘ । ୟୁକ୍ରେନ୍ ଯୁଦ୍ଧ ଏବଂ ପରବର୍ତ୍ତୀ ବିଭିନ୍ନ କଟକଣାକୁ ଦେଖି ରୁଷ ଜାଣିଶୁଣି ଏଭଳି ପଦକ୍ଷେପ ନେଇଥିବା ଅଭିଯୋଗ କରିଛି ହ୍ୱାଇଟ୍‌ହାଉସ୍‌ ।

ଏଭଳି ନିଷ୍ପତ୍ତିକୁ ଅପରିଣାମଦର୍ଶିତା ବୋଲି କହିଛି ହ୍ୱାଇଟ୍‌ହାଉସ୍‌ । ନଭେମ୍ବର ୮ ରେ ଆମେରିକାରେ ମିଡ୍ ଟର୍ମ ଇଲେକ୍ସନ ବା ୪୩୫ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ ଓ ୩୫ ସିନେଟ୍ ଆସନ ପାଇଁ ନିର୍ବାଚନ ହେବାକୁ ଥିବାରୁ ତୈଳ ଦର ବୃଦ୍ଧି ପ୍ରସଙ୍ଗ ଲୋକଙ୍କ ମତକୁ ନିଶ୍ଚିତ ପ୍ରଭାବିତ କରିବ । ଅନ୍ୟପକ୍ଷରେ ରୁଷ ଉପରେ କଟକଣା ଲଗାଇ ତେଲ ପାଇଁ ମଧ୍ୟପ୍ରାଚ୍ୟ ଉପରେ ନିର୍ଭର କରୁଥିବା ୟୁରୋପୀୟ ସଂଘକୁ ଅଧିକ ଅର୍ଥବ୍ୟୟ କରିବାକୁ ପଡ଼ିବ ବୋଲି କୁହାଯାଉଛି ।