୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ

0
119
୧୦ ହଜାର ଟଙ୍କା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା (୧୨/୧୦) : ବଲାଙ୍ଗୀର ଜିଲ୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଘବ ପାଣଗ୍ରାହୀ ଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ବିଭାଗ କର୍ମଚାରୀ ନଗଦ ଟଙ୍କା ସହ ଗିରଫ କରିଥିବା ଜଣାପଡ଼ିଛି ।

ଲାଞ୍ଚ ନେବା ସମୟରେ ବଲାଙ୍ଗୀର ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଘବ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ କାବୁ କରିଛି । ସୁରେଶ ଚନ୍ଦ୍ର ମେହେରଙ୍କ ଠାରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ବରୁ ଦାବି ମୁତାବକ ୧୦ ହଜାର ଟଙ୍କା ଲାଞ୍ଚ ଦେବା ସମୟରେ ପୂର୍ବରୁ ଯୋଜନା ବଦ୍ଧ ଭାବେ ଜଗିରହିଥିବା ରହିଥିବା ଭିଜିଲାନ୍ସ ଟିମ୍ ହଠାତ୍ ଚଢାଉ କରିଥିଲେ । ଏ ନେଇ ଭିଜିଲାନ୍ସ ବିଭାଗ ତରଫରୁ ଏକ ମାମଲା ରୁଜ୍ଜୁ କରି ଘଟଣା ର ସବିଶେଷ ତଦନ୍ତ ସହ ପୂର୍ବରୁ କେତେକ କାର୍ଯ୍ୟ ପାଇଁ ବ୍ୟାପକ ଲାଞ୍ଚ ନେଇ ଥିବା ନେଇ ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।