ପଦ୍ମପୁର ବ୍ଲକ୍ ପରିସରରେ ଭୀମଭୋଇ ସାମର୍ଥ୍ୟ ଶିବିର ଆୟୋଜିତ

0
147
ପଦ୍ମପୁର ବ୍ଲକ୍

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୩/୧୦) : ରାୟଗଡ଼ା ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ତରଫରୁ ପଦ୍ମପୁର ବ୍ଲକ୍ ଠାରେ ଭିନ୍ନକ୍ଷମ ମାନଙ୍କୁ ଚୟନ ଓ ପ୍ରମାଣପତ୍ର ପ୍ରଦାନ କରିବା ନେଇ ବ୍ଲକ୍ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ର ଆୟାଜନ କରାଯାଇଥିଲା ।

ପଦ୍ମପୁର ବ୍ଲକ୍ ପରିସରରେ ଆୟୋଜିତ ଏହି ଶିବିରରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ପ୍ରଶିକ୍ଷଣ ଡାକ୍ତରୀ ଦଳ ଉପସ୍ଥିତ ଥିଲେ । ଏହି ଶିବିରରେ ରାୟଗଡ଼ା ଜିଲ୍ଲା ଭିନ୍ନକ୍ଷମ ମହାସଂଘ ର ସମ୍ପାଦକ ଅମରେନ୍ଦ୍ର ନାଥ ଯୋଗଦେଇ ଦୂର ଦୁରାନ୍ତ ରୁ ଆସିଥିବା ଭିନ୍ନକ୍ଷମ ମାନଙ୍କୁ ସେମାନଙ୍କ କାର୍ଯ୍ୟରେ ସହାୟତା କରିଥିଲେ । ଏହି ଶିବିରରେ ପଦ୍ମପୁର ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିନା ପ୍ରଧାନ, ଭାଇସ ଚେୟାରମ୍ୟାନ ରମେଶ ଚନ୍ଦ୍ର ସାହୁ, ପଦ୍ମପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାକର ମଲ୍ଲିକ ଙ୍କ ସମେତ ପ୍ରତ୍ୟେକ ପଞ୍ଚାୟତରେ କାର୍ଯ୍ୟ କରୁଥିବା ଆଶା, ଅଙ୍ଗନବାଡ଼ି ବିଶେଷ କରି PAG କର୍ମୀ ମାନେ ଉପସ୍ଥିତ ରହି ଭିନ୍ନକ୍ଷମ ମାନଙ୍କୁ ସହାୟତା କରିବା ସହ ଶିବିର କୁ ସୁପରିଚାଳନା କରିଥିଲେ ।