ମୁଦ୍ଦଆ ଜାତି ର ବାଲ୍ୟବିବାହ ନିରୋଧ ଉପର ର ପ୍ରଶାସନିକ କର୍ମଶାଳା ଅନୁଷ୍ଠିତ

0
114
ମୁଦ୍ଦଆ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୫/୧୦) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଭାରପ୍ରାପ୍ତ ବିଡ଼ିଓ ଜୟ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ମୁଦ୍ଦଆ ଜାତି ମାନଙ୍କ ବାଲ୍ୟବିବାହ ନିରୋଧ ଉପରେ ଆଜି ଏକଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 10 14 at 6.53.00 PM 1 ମୁଦ୍ଦଆ ଜାତି ର ବାଲ୍ୟବିବାହ ନିରୋଧ ଉପର ର ପ୍ରଶାସନିକ କର୍ମଶାଳା ଅନୁଷ୍ଠିତ

ଏହି କାର୍ଯ୍ୟକ୍ରମରେ ବାଲ୍ୟ ବିବାହ ନିରୋଧ ଓ କିଶୋର କିଶୋରୀ ଙ୍କ ଶିକ୍ଷା ଏବଂ ଦକ୍ଷତା ଉପରେ ଗୁରୁତ୍ୱ ଦିଆଯାଇଥିଲା । ସିଡିପିଓ ଜ୍ୟୋତ୍ସ୍ନାରାଣୀ ପଢି କିଶୋରୀ ବୟସରେ ବିବାହ କଲେ ସ୍ୱାସ୍ଥ୍ୟ ଉପରେ ପଡୁଥିବା ପ୍ରଭାବ ଉପରେ ଆଲୋକପାତ କରିଥିଲେ । ଜାତି ସମାଜ ମୁଦ୍ଦଆ ମାନେ ବିବାହ ବେଳେ ବୟସ ଗତ ପ୍ରମାଣ ପତ୍ର ପାଇଁ ଆଧାର କାର୍ଡ ପରିବର୍ତ୍ତେ ଅଙ୍ଗନବାଡି ର ରେଜିଷ୍ଟର ଓ ସ୍କୁଲ ପ୍ରବେଶ ସମୟ ର ନାମଲେଖା ରେଜିଷ୍ଟର ଅନୁସାରେ ବୟସ ସ୍ଥିର କରିବାକୁ ଏହି କାର୍ଯ୍ୟକ୍ରମରେ ନିଷ୍ପତି ନେବା ସହ ମୁଦ୍ଦଆମାନେ ନିଜର ବିବାହ ରେଜିଷ୍ଟର ପ୍ରଚଳନ କରିବାକୁ ସମ୍ମତ ହେଲେ ।