ସମ୍ଭାବନା, ଆକାଂକ୍ଷା ଏବଂ ନବସୃଜନ ର ବନ୍ଧୁମିଳନ

0
93
ସମ୍ଭାବନା

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୭/୧୦) : ହିନ୍ଦୁ ସଂକୃତି, ପରମ୍ପରା ଓ ଦିନ୍ଦୁତ୍ୱ ର ବିକାଶ ଦିଗରେ ଆଜି ଦେଖିବାକୁ ମିଳିଛି ମହାମିଳନ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ସ୍ଥିତ ମଣିପୁର ଠାରେ ହିନ୍ଦୁ ଧର୍ମ ର ବିଚାର ଧାରାକୁ ଅଗ୍ରଗତି ପାଇଁ ବୌଦ୍ଧ ଜିଲ୍ଲା ରାଷ୍ଟୀୟ ସ୍ୱୟଂ ସେବକ ସଂଘ, ବଜରଙ୍ଗୀ ଦଳ, ମାରୁତି ସେନା, ବିଭିନ୍ନ ସ୍ୱୟଂ ସେବକ ସଂଘ ଓ ବିବିଧ କ୍ଷେତର ସମ୍ଭାବନା, ଆକାଂକ୍ଷା ଏବଂ ନବସୃଜନ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 10 16 at 7.10.20 PM ସମ୍ଭାବନା, ଆକାଂକ୍ଷା ଏବଂ ନବସୃଜନ ର ବନ୍ଧୁମିଳନ

ଉକ୍ତ କାର୍ଯ୍ୟକ୍ରମ ରେ ବୌଦ୍ଧ ଜିଲ୍ଲା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ସଂଘ ଚାଳକ, ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି, ମାଗୁଣି ଗାଈଗୌରୀଆ, ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ, ଇ. ବିକାଶ ମହାକୁଡ଼, ରାଜ କୁମାର ଅଗ୍ରୱାଲ, ଅକ୍ଷୟ ସାହୁ ଓ ସମସ୍ତ ସଂଗଠନ, ବିଦ୍ୱାନ ବିତ୍ତ, ଶହଶହ ହିନ୍ଦୁ ଧର୍ମlବଳମ୍ବି ଉପସ୍ଥିତ ରହି ପ୍ରଥମେ ଭାରତ ମାତାଙ୍କ ଠାରେ ପୂଜାର୍ଚ୍ଚନା କରି ଏହି କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ । ଏହି କାର୍ଯ୍ୟକ୍ରମ ରେ ହିନ୍ଦୁ ସଂସ୍କୃତି କୁ ନେଇ କଣ ସମ୍ଭାବନା, କ’ଣ ଆକାଂକ୍ଷା ଓ ଆଗକୁ କଣ ନୂତନ ବିଚାର ଧାରା ଶୁଣିବାକୁ ମିଳିବ ତାହା ଉପରେ ଆଲୋକ ପାତ କରାଯାଇଥିଲା । ଆଜିର ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଦେଖି ବିଭିନ୍ନ ରାଜନୈତିକ ମହଲରେ ଶୀର୍ଷକ ପାଲଟିଛି ।