ସୁରେଶ ସୃଜନ ସମ୍ମାନ ପାଇବେ ନାଟ୍ୟକାର ଡକ୍ଟର ପୁରୁଷୋତ୍ତମ ମିଶ୍ର

0
260
ସୁରେଶ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୬/୯) : ସୁସାହିତ୍ୟିକ, ସଂସ୍କୃତି ଗବେଷକ ଦିବଂଗତ ସୁରେଶ ବଳବନ୍ତରାୟଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଠିତ ହୋଇଥିବା ରାଜ୍ୟ ର ଅଗ୍ରଣୀ ଅନୁଷ୍ଠାନ ସୁରେଶ ବଳବନ୍ତରାୟ ଫାଉଣ୍ଡେସନ୍ ଟ୍ରଷ୍ଟ ଦ୍ୱାରା ଚଳିତ ବର୍ଷ ” ସୁରେଶ ସୃଜନ ସମ୍ମାନ -୨୦୨୨ ” ସମ୍ମାନରେ ଭୂଷିତ ହେବେ ଓଡ଼ିଶା ର ପ୍ରତିଷ୍ଠିତ ନାଟ୍ୟକାର, ନିର୍ଦ୍ଦେଶକ, ଚଳଚିତ୍ର ଅଭିନେତା, କବି ତଥା ଲୋକସଂସ୍କୃତି ଗବେଷକ ଡକ୍ଟର ପୁରୁଷୋତ୍ତମ ମିଶ୍ର ।

ଆସନ୍ତା ତା. ୨୬/୧୦/୨୨ ରିଖ ସଂଧ୍ୟା ୬.୦୦ ଘଟିକାରେ ଗୀତଗୋବିନ୍ଦ ସଦନ, ଭୁବନେଶ୍ୱରରେ ଟ୍ରଷ୍ଟ ଦ୍ୱାରା ଆୟୋଜିତ ହେଉଥିବା ” ସୁରେଶ ସମାବେଶ -୨୦୨୨ ” ର ବର୍ଣ୍ଣାଢ଼୍ୟ ସାରସ୍ୱତ ଉତ୍ସବରେ ଡକ୍ଟର ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ସୁବିଦିତ ସାହିତ୍ୟିକ, ସଙ୍ଗଠକ, ସଂସ୍କୃତି ଗବେଷକ ସୁରେଶବଳବନ୍ତରାୟଙ୍କ ଜନ୍ମତିଥି ଅବସରରେ ଆୟୋଜିତ ଏହି ଉତ୍ସବରେ ଦେଶ ର ସୁନାମଧନ୍ୟ ଲୋକସଂସ୍କୃତି ଗବେଷକ ତଥା ଜବାହର ଲାଲ୍ ୟୁନିଭର୍ସିଟି ର ପ୍ରଫେସର୍ ବ୍ରହ୍ମପ୍ରକାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାନପତ୍ର ପ୍ରଦାନ କରିବେ ଓ ବକ୍ତବ୍ୟ ରଖିବେ ବୋଲି ଟ୍ରଷ୍ଟ ର ସଂପାଦିକା ଡକ୍ଟର ଅନ୍ୟା ଅନୁରୂପା ସୂଚନା ପ୍ରଦାନ କରିଛନ୍ତି । ପ୍ରକାଶ ଥାଉ କି ବିଗତ ବର୍ଷମାନଙ୍କରେ ନାଟ୍ୟକାର ମନ୍ମଥ ଶତପଥି , ନାଟ୍ୟକାର ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ ଓ ସୁବର୍ଣ୍ଣପୁରର ଅନ୍ୟତମ ସନ୍ତାନ ସିନେ ଗବେଷକ ସୂର୍ଯ୍ୟ ଦେଓ ଏହି ସମ୍ମାନରେ ଭୂଷିତ ହୋଇ ସାରିଛନ୍ତି ।