ସେକ୍ସ ରାକେଟ ଚଳାଉଥିବା କହି ଗେଷ୍ଟ ହାଉସ ମାଲିକଙ୍କୁ ଦାଦାବଟି ମାଗିବା ଅଭିଯୋଗ

0
135
ସେକ୍ସ ରାକେଟ

ରିପୋର୍ଟ : ସୁବାଶିଷ ନାୟକ
ଭୁବନେଶ୍ୱର, ତା (୧୮/୧୦) : ଭୁବନେଶ୍ୱରରେ ସେକ୍ସ ରାକେଟ ଚଳାଉଥିବା ନାମରେ ଗେଷ୍ଟ ହାଉସ ମାଲିକଙ୍କୁ ଦାଦାବଟି ମାଗିବା ଅଭିଯୋଗ ।

୨ ଜଣ ୱେବ ସାମ୍ବାଦିକଙ୍କୁ ଗିରଫ କଲା ଭରତପୁର ଥାନା ପୋଲିସ୍ । ସେକ୍ସ ରାକେଟ ଚାଲୁଥିବା କହି ପ୍ରଥମେ ନଗଦ ୨ ଲକ୍ଷ ଟଙ୍କା ମାଗିଥିଲେ । ଏହାପରେ ୭୦ ହଜାର ଟଙ୍କା ଦାବି କରିଥିଲେ । ଦେହଜୀବୀ ରଖି ସେକ୍ସରାକେଟ ଚଳାଉଥିବା କଥା କହି ଗେଷ୍ଟ ହାଉସରେ ଭିଡ଼ିଓ ସୁଟ କରି ଧମକ ଦେଇଥିଲେ ।

ତେବେ ଏ ନେଇ ଗେଷ୍ଟ ମାଲିକ ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଥିଲେ । ପ୍ରମାଣ ସ୍ୱରୂପ ଟଙ୍କା ମାଗିବାର ଅଡିଓ ରେକଡିଂ ମଧ୍ୟ ସେ ପୋଲିସକୁ ଦେଇଥିଲେ । କଳିଙ୍ଗ ନଗରରେ ଥିବା ଗେଷ୍ଟ ହାଉସକୁ ଯାଇ ପୋଲିସ ତଦନ୍ତ କରିବା ପରେ ତଦନ୍ତ ଆଧାରରେ ପୋଲିସ୍ ୨ ଜଣଙ୍କୁ ଗିରଫ କରିଛି ।