ରାମନାଗୁଡ଼ା ବ୍ଲକ୍ କଲ୍ୟାଣ ମଣ୍ଡପ ପରିସରରେ ଆୟଜିତ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ 

0
130
ରାମନାଗୁଡ଼ା ବ୍ଲକ୍

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୨/୧୦) : ରାୟଗଡ଼ା ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ରାମନାଗୁଡ଼ା ବ୍ଲକ୍ ଠାରେ ଭିନ୍ନକ୍ଷମ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ ନେଇ ବ୍ଲକ୍ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା ।

ଏହି ଶିବିରରେ ରାୟଗଡ଼ା ଭିନ୍ନକ୍ଷମ ମହାସଂଘ ର ସଭାପତି ଶ୍ରୀଯୁକ୍ତ ଶିଶିର ରାଉଳ, ସମ୍ପାଦକ ଅମରେନ୍ଦ୍ର ନାଥ, ରାମନାଗୁଡ଼ା ବ୍ଲକ୍ ର ଗ୍ରାମାଞ୍ଚଳ ରୁ ଆସିଥିବା ଦିବ୍ୟଙ୍ଗ ଭାଇ ଭଉଣୀ ମାନଙ୍କୁ ତାଙ୍କର ଦିବ୍ୟଙ୍ଗ ପରିଚୟ ପତ୍ର ପାଇ ଦିବ୍ୟଙ୍ଗ ଭାଇ ଓ ଭଉଣୀ ମାନଙ୍କୁ ସହଯୋଗ କରିଥିଲେ । ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟ ରୁ ଆସିଥିବା ପ୍ରଶିକ୍ଷଣ ଡାକ୍ତର ଅସ୍ଥିସଲ୍ୟ ବିଭାଗ ଡାକ୍ତର ରଞ୍ଜନ କୁମାର ସାହୁ, ମେଡ଼ିସିନ ର ସୁରେଶ ଚନ୍ଦ୍ର ଦେଓ ସମେତ ଅନ୍ୟ ଡାକ୍ତରୀ ଦଳ ଉପସ୍ଥିତ ଥିଲେ । ଏହି ଶିବିରରେ ବସ୍ ପାସ୍ , DRI ଲୋନ, ପେନସନ, ୱିଲ୍ ଚେୟାର ପ୍ରଦାନ କରାଯାଇଛି ସେହିଭଳି ରାୟଗଡ଼ା ଜିଲ୍ଲା ଭିନ୍ନକ୍ଷମ ମହାସଂଘ ର ସଭାପତି ଶିଶିର ରାଉଳ ସମ୍ପାଦକ ଅମରେନ୍ଦ୍ର ନାଥ ଏବଂ ସଂଘ ର ସଦସ୍ୟ ପ୍ରସନ୍ନ ନାୟକ ଯୋଗଦେଇ ଦୂର ଦୁରନ୍ତରୁ ଆସିଥିବା ମୋଟ ୩୦୩ ପ୍ରମାଣ ପତ୍ର ଅନଲାଇନ୍ ପଞ୍ଜୀକରଣ କରାଯାଇଥିଲା ।

ଭିନ୍ନକ୍ଷମ ମାନଙ୍କୁ ସେମାନଙ୍କ କାର୍ଯ୍ୟରେ ସହଯୋଗ କରିଥିଲେ ଏହି ଶିବିରରେ ରାମନାଗୁଡ଼ା ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତୀ ଝୋଡ଼ିଆ, ରାମନାଗୁଡ଼ା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସାହୁ ଙ୍କ ସମେତ ପ୍ରତ୍ୟେକ ପଞ୍ଚାୟତରେ କାର୍ଯ୍ୟ କରୁଥିବା ଆଶା, ଅଙ୍ଗନବାଡ଼ି କର୍ମୀ ମାନେ ଉପସ୍ଥିତ ରହି ଭିନ୍ନକ୍ଷମ ମାନଙ୍କୁ ସହାୟତା କରିବା ସହ ଶିବିର କୁ ସୁପରିଚାଳନା କରିଥିଲେ ।