ସ୍ଥାୟୀ ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀ ଙ୍କ ଦାବିପତ୍ର ପ୍ରଦାନ

0
92
ସ୍ଥାୟୀ ରାସ୍ତା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଟିଟିଲାଗଡ, ତା (୨୧/୧୦) : ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ବ୍ଲକ୍ ସଦର ପଞ୍ଚାୟତ ର ବନବହାଲ୍ ଗ୍ରାମକୁ ସ୍ଵାଧୀନତା ର ଦୀର୍ଘ ବର୍ଷ ସତ୍ତ୍ୱେ ଏକ ସ୍ଥାୟୀ ରାସ୍ତା ନିର୍ମାଣ ହୋଇ ନ ପାରି ଅବହେଳିତ ହୋଇ ରହିଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ସ୍ଥାୟୀ ରାସ୍ତା ନିର୍ମାଣ କୁ ନେଇ ବନବାହାଲ ଗ୍ରାମବାସୀ ମୁରୀବାହାଲ ବି.ଡି.ଓ. ଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବୀ ପତ୍ର ମୁତାବକ ଆଜିକୁ ସ୍ଵାଧୀନତା ର ୭୫ ବର୍ଷ ପୂର୍ତ୍ତି ହୋଇଥିଲେ ମଧ୍ୟ ବନବାହାଲ ଗ୍ରାମକୁ ଏକ ସ୍ଥାୟୀ ରାସ୍ତାଟିଏ ନ ଥିବାରୁ ସାଧାରଣ ଅକଥନୀୟ ଦୁର୍ଦ୍ଦଶା ର ଶିକାର ହେଉଛନ୍ତି । ଦୈନନ୍ଦିନ ସାଧାରଣ ଲୋକଙ୍କୁ ବିଭିନ୍ନ କାମରେ ଯାତାୟତ କରିବା ସହିତ ଅନେକ ଛାତ୍ରଛାତ୍ରୀ ମାନେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି ।

ପ୍ରାୟ ୨୦ ରୁ ୨୫ ଖଣ୍ଡ ଗ୍ରାମ ର ଲୋକେ ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି । ଏହି ରାସ୍ତା ର ନିର୍ମାଣ ପାଇଁଁ ବହୁ ଉଚ୍ଚ ପଦସ୍ତ ଅଧିକାରୀ ଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ନେଇ ଗ୍ରାମବାସୀ ଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ବନବାହାଲ ଗ୍ରାମ କୁ ଏକ ସ୍ଥାୟୀ ରାସ୍ତା ନିର୍ମାଣ ଦାବୀ ନେଇ ଗ୍ରାମବାସୀ ତରଫରୁ ମୁରିବାହାଲ ବି.ଡି.ଓ. ପୂର୍ଣ୍ଣାନନ୍ଦ ପଟେଲ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ।

ଦାବୀ ପତ୍ର ପ୍ରଦାନ ବେଳେ ଗ୍ରାମ ର ଭରତ ଦାସ, ସୁରେଶ୍ ଧାରୁଆ, ଗୁପ୍ତେଶ୍ୱର କୁଅଁର, ଲକ୍ଷ୍ମୀ ଧରୁଆ ପ୍ରମୁଖ ସାମିଲ ଥିଲେ । ଏ ନେଇ ବିଭାଗୀୟ ଅଧିକାରୀ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଅନୁସରଣ କରିବେ ବୋଲି ପ୍ରକାଶ କରିଛନ୍ତି ।