ଜିଲ୍ଲା ପାଠାଗାରରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

0
126
ଜିଲ୍ଲା ପାଠାଗାରରେ ବକ୍ତୃତା

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୩/୧୦) : ବୌଦ୍ଧ ଜିଲ୍ଲା ପାଠାଗାରରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଜିଲ୍ଲାପାଳ ଭାବରେ ସତ୍ୟ ରଞ୍ଜନ ସାହୁ ଯୋଗଦେବା ପରେ ଜିଲ୍ଲା ପାଠାଗାର ର ଉନ୍ନତିକରଣ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପଢିବାର ଅଭ୍ୟାସ ବୃଦ୍ଧି ପାଇଁ ଏହି ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି ।WhatsApp Image 2022 10 23 at 6.43.48 PM 1 ଜିଲ୍ଲା ପାଠାଗାରରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

ବୌଦ୍ଧ ଜିଲ୍ଲା ପାଠାଗାରରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ମଧ୍ୟରେ ସମସ୍ତ ଆଧୁନିକ ସୁବିଧା ସହିତ ପାଠାଗାର ଖୋଲାଯାଇ ବୁଦ୍ଧିଜିବୀ, ବରିଷ୍ଠ ନାଗରିକ ଏବଂ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହିତ ବିଭିନ୍ନ ପ୍ରକାର ଉପାଦେୟ ପୁସ୍ତିକା, ମେଗାଜିନ ଓ ସମ୍ବାଦପତ୍ର ପଢିବାର ସୁଯୋଗ ସୃଷ୍ଟି କରାଯାଇଛି । ପ୍ରତିଦିନ ଶହ ଶହ ସଂଖ୍ୟାରେ ପାଠକ ପାଠିକା, ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ ଓ ବୁଦ୍ଧଜିବୀ ମାନେ ପାଠାଗାରରେ ପହଞ୍ଚୁଥିବାବେଳେ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଚଳଚଞ୍ଚଳ ହୋଇପଡିଛି । ସରକାରୀ ଛୁଟି ଦିବସ ବ୍ୟତୀତ ସମସ୍ତ କାର୍ଯ୍ୟ ଦିବସରେ ଏହି ପାଠାଗାର ସକାଳ ୧୦ ଘଣ୍ଟା ଠାରୁ ରାତି ୮ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହୁଥିବା ଜଣାଯାଇଛି ।

ଏହି ପାଠାଗାର ପ୍ରତି ଛାତ୍ରଛାତ୍ରୀମାନଙ୍କ ଆକର୍ଷଣ ବୃଦ୍ଧି କରିବା ପାଇଁ ପ୍ରତ୍ୟେକ ସପ୍ତାହରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ ସେମାନଙ୍କୁ ପୁରସ୍କୃତ କରାଯିବାର ବ୍ୟବସ୍ଥା କରାଯାଇଛି । ଏହି ପରିପ୍ରେକ୍ଷିରେ ଶନିବାର ଦିନ ବୌଦ୍ଧ ପଞ୍ଚାୟତ କଲେଜ ସହଯୋଗରେ ପାଠାଗାର ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତା ର ଦୁଇଟି ବର୍ଗରେ ୧୧ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

କନିଷ୍ଠ ବିଭାଗରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ମନୀଷାରାଣୀ ପୁରୋହିତ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ କେନ୍ଦ୍ରୀୟ ବିଦ୍ୟାଳୟ ର ସଂତୃିପ୍ତି ସାହୁ ଦ୍ୱିତିୟ ଓ ଶ୍ରେୟାଂଶି ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ବରିଷ୍ଠ ବିଭାଗରେ ବୌଦ୍ଧ ପଞ୍ଚାୟତ କଲେଜ ର ଏଲ. ରାହୁଲ ରାଓ ପ୍ରଥମ, ବର୍ଷାରାଣୀ ମେହେର ଦ୍ଵିତୀୟ ଓ ଅର୍ପିତା ଦେଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ବିଚାରକ ତଥା ଅତିଥି ଭାବରେ ବୌଦ୍ଧ ପଞ୍ଚାୟତ କଲେଜ ର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା, ଅଧ୍ୟାପକ ପ୍ରବୀର କୁମାର ଦାସ, ଅଧ୍ୟାପିକା କଲ୍ୟାଣୀ ଦେବୀ ସୁନାନୀ, ଶୁଭଙ୍କରୀ ବଡମାଳି ଓ ସ୍ଥପତି ସୁମନ ଷଡଙ୍ଗୀ ଯୋଗଦେଇ କୃତୀ ଛାତ୍ରଛାତୀଙ୍କୁ ପୁରସ୍କୃତ କରିଥିଲେ । ଅକ୍ଷୟ କୁମାର ମହାକୁଡ, ଜିତେନ୍ଦ୍ର ମହାନ୍ତି ଓ ବୀର କିଶୋର କର୍ମୀ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ ।