କାଚ ବୋଝେଇ ପିକଅପ ଦୁର୍ଘଟଣା

0
137
ପିକଅପ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୪/୧୦) : ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପୁରୁଣା କଟକ ଥାନା ମାଧପୁର ନିକଟସ୍ଥ ବନ ଦୁର୍ଗା ମନ୍ଦିର ପାର୍ଶ୍ୱରେ ରବିବାର ଏକ କାଚ ବୋଝେଇ ପିକଅପ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।

ପ୍ରାପ୍ତ ସୂଚନାମତେ ଛତିଶଗଡ଼ ରାଇପୁର ଠାରୁ ଏକ କାଚ ବୋଝେଇ ପିକଅପ ଭୁବନେଶ୍ୱର ଅଭିମୁଖେ ଯାଇଥିବା ସମୟରେ ଭାରସାମ୍ୟ ହରାଇ ମାଧପୁର ନିକଟସ୍ଥ ବନ ଦୁର୍ଗା ମନ୍ଦିର ପାର୍ଶ୍ୱରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ଏହି ବଡ଼ ଦୁର୍ଘଟଣା ରୁ ଚାଳକ ଅଳ୍ପକେ ବର୍ତ୍ତି ଯାଇଥିଲେ । ଖବର ପାଇ ପୁରୁଣା କଟକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି ।