କୋଟଗଡ ଥାନା ଅଧିକାରୀ ଭିଜିଲାନ୍ସ ଦ୍ୱାରା ଗିରଫ !

0
128
କୋଟଗଡ

ରିପୋର୍ଟ : ବିଭୂତି ଲହରୀଆ
ବାଲିଗୁଡା, (୨୪/୧୦) : କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଭାରପ୍ରାପ୍ତ ଅଧିକାରୀ ଧୀରଜ କୁମାର ଲେଙ୍କା ନିଜ ଗାଁ କୁ ବାଲିଗୁଡା ଦେଇ ଯିବା ସମୟରେ ମିଳିତ ଭିଜିଲାନ୍ସ ଟିମ ଦ୍ୱାରା ଧରା ପଡିଛି ।WhatsApp Image 2022 10 24 at 8.19.07 AM କୋଟଗଡ ଥାନା ଅଧିକାରୀ ଭିଜିଲାନ୍ସ ଦ୍ୱାରା ଗିରଫ !

ସେ ଯାଉଥିବା ଗାଡି ରୁ ପାଖାପାଖି ଦୁଇ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । ପୂର୍ବରୁ ଭିଜିଲାନ୍ସ ପାଖରେ ସୂଚନା ପ୍ରକାରେ ବାଲିଗୁଡା ଜଗନ୍ନାଥ ମନ୍ଦିର ରୋଡ଼ ନିକଟରେରେ କୋଟଗଡ ଥାନା ଭାରପ୍ରାପ୍ତ ଅଧିକାରୀ ଧୀରଜ ଲେଙ୍କା ଯିବା ସମୟରେ ମିଳିତ ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ ଟିମ ଚଢ଼ାଉ କରି ଗାଡି ରୁ ଟଙ୍କା ଜବତ କରିଛି । ଜବତ ଟଙ୍କା ସମ୍ପର୍କରେ କୋଟଗଡ ଥାନା ଅଧିକାରୀ କୌଣସି ସନ୍ତୋଷ ଜଣକ ଉତ୍ତର ଭିଜିଲାନ୍ସ ଟିମ କୁ ଦେଇ ପାରିନାହିଁ । ଦୀପାବଳି ଅମାବାସ୍ୟା ପାଳନ ପାଇଁ ନିଜ ଗାଁ କୁ ଯାଉଥିବା ସମୟରେ ପୂର୍ବ ସୂଚନା ମୁତାବକ ଭିଜିଲାନ୍ସ ଗାଡ଼ି ତନଖି ବେଳେ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ କରିଛି । କୋଟଗଡ ଥାନା ଅଧିକାରୀ ଙ୍କ ଗାଡିରୁ ନଗଦ ଟଙ୍କା ଜବତ ସହିତ କୋଟଗଡ ଥାନା ଅଧିକାରୀ ଧୀରଜ ଲେଙ୍କା ଙ୍କୁ ଅଟକ ରଖିଥିବା କହିଛନ୍ତି ଫୁଲବାଣୀ ଭିଜିଲାନ୍ସ ଡିଏସପି ଅରୁଣ କୁମାର ନାୟକ ।

ଭିଜିଲାନ୍ସ ଟିମ ସୂଚନା ମୁତାବକ ନଗଦ ଏକ ଲକ୍ଷ ଅଶି ହଜାର ଟଙ୍କା ଥାନା ଅଧିକାରୀ ଙ୍କ ଗାଡି ରୁ ଜବତ ହୋଇଛି । ଫୁଲବାଣୀ ଭିଜିଲାନ୍ସ ଡିଏସପି ଅରୁଣ କୁମାର ନାୟକ ଙ୍କ ନେତୃତ୍ୱରେ ଏହି ଚଢ଼ାଉ କରିଥିଲା ମିଳିତ ଟିମ । ଭିଜିଲାନ୍ସ ଟିମ ଏକ ଅଜ୍ଞାତ ସ୍ଥାନରେ ଥାନା ଅଧିକାରୀ ଙ୍କୁ ପଚରା ଉଚରା କରୁଛି ।