କୈଳାସୀ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
293
କୈଳାସୀ ଯାତ୍ରା

ରିପୋର୍ଟ : ସୁଶାନ୍ତ ବେହେରା
କଣ୍ଟାମାଳ, (୨୬/୧୦) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ କପାସିରା ଗ୍ରାମରେ ହେବାକୁ ଥିବା କୈଳାସୀ ଯାତ୍ରା ପାଇଁ ସଭାପତି ଅଭିମନ୍ୟୁ ପ୍ରଧାନ ଙ୍କ ତତ୍ତ୍ୱାବଧାନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।WhatsApp Image 2022 10 25 at 8.06.20 PM କୈଳାସୀ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କୈଳାସୀ ଯାତ୍ରା ଏହି ବର୍ଷ କିପରି ସୁନ୍ଦର ଓ ଆକର୍ଷଣୀୟ ହୋଇପାରିବ ଏହାରି ଉପରେ ଆଲୋଚନା କରାଯାଇଥିବା ବେଳେ ଏ ବର୍ଷ ହେବାକୁ ଥିବା ଗ୍ରାମ ର କଳାକାର ମାନଙ୍କୁ ନେଇ ଯାତ୍ରା “କିଏ ଭାଇ ବନ୍ଧୁ କିଏ କୁଟୁମ୍ବ” କିପରି ସୁନ୍ଦର ଭାବରେ ହୋଇପାରିବ ସେହି ଉପରେ ଆଲୋଚନା ହୋଇଥିଲା ।

ଉକ୍ତ ସଭାରେ ସମ୍ପାଦକ ସୁରୁବାବୁ ସାହୁ, କୋଷାଧ୍ୟକ୍ଷ ଆଶିଷ ସେଠୀ, ନାଟ୍ୟ ନିର୍ଦ୍ଦେଶକ ଅଞ୍ଜନ କୁମାର ପଟ୍ଟନାୟକ, ୱାର୍ଡ ମେମ୍ବର ବାବୁଲା କଲତ୍ତା ଓ ସଦାନନ୍ଦ ମହାକୁଡ ଉପସ୍ଥିତ ଥିବାବେଳେ ସଭ୍ୟ ନିର୍ମଳ, ବଂଶୀ, ଅଗସ୍ତି, ପଲସ୍ତି, ଜିତେନ୍ଦ୍ର, ରବୀନ୍ଦ୍ର, ନରେଶ, ପ୍ରମୋଦ, ଶ୍ରୀବତ୍ସ, ପ୍ରତାପ, କ୍ଷେତ୍ର, ରିଭୁ ଙ୍କ ସହିତ ଗ୍ରାମ ର ଅନେକ ଲୋକ ଏହି ବୈଠକରେ ଯୋଗଦେଇଥିଲେ ।