ଝାଡ଼ୁ ମାରିବା ବାହାନାରେ କଏଦୀ ଚମ୍ପଟ !

0
217
ଝାଡ଼ୁ ମାରିବା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୟାଗଡ଼, (୨୬/୧୦) : ଝାଡ଼ୁ ମାରିବା ବାହାନା ଦେଖାଇ ଜେଲରୁ ଚମ୍ପଟ ମାରିଲେ ବିଚାରାଧୀନ କଏଦୀ । ଏଭଳି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ସବ୍‌ଜେଲରୁ ।

ଚମ୍ପଟ କଏଦୀ ଜଣଙ୍କ ହେଲେ ଗଣିଆ ଥାନା ଅଞ୍ଚଳ ର ହିମାଂଶୁ ନାୟକ । ପତ୍ନୀକୁ ହତ୍ୟା କରିବା ଅଭିଯୋଗରେ ହିମାଂଶୁ ୨୦୨୦ ମସିହାରୁ ଗିରଫ ହୋଇ ଦଶପଲ୍ଲା ଜେଲ୍‌ରେ ଥିଲେ । ସେହିଦିନ ଠାରୁ ବିଚାରାଧୀନ କଏଦୀ ରୂପେ ଜେଲରେ ରହୁଥିଲେ । ତେବେ ଜେଲ ପକ୍ଷରୁ ତାଙ୍କୁ ଜେଲ ଭିତର ଏବଂ ବାହାରେ ଝାଡ଼ୁ ମାରିବା କାର୍ଯ୍ୟରେ ନିୟୋଜିତ କରାଯାଇଥିଲା ।

ଗତକାଲି ଜେଲ କର୍ମଚାରୀମାନେ ନିଜ ନିଜ କାମରେ ବ୍ୟସ୍ତ ଥିବାବେଳେ ହିମାଂଶୁ ଜେଲରୁ ଚମ୍ପଟ ମାରି ପଳାଇଥିଲେ । କିଛି ସମୟ ପରେ ଜେଲ କର୍ମଚାରୀମାନେ ଖୋଜା ଖୋଜି କରିଥିଲେ ମଧ୍ୟ ହିମାଂଶୁଙ୍କୁ ପାଇନଥିଲେ । ଏ ନେଇ ଜେଲ କର୍ତ୍ତୃପକ୍ଷ ଦଶପଲ୍ଲା ଥାନାରେ ଅଭିଯୋଗ କରିଛନ୍ତି ।