ଗୁଡ଼ାରୀ ଥାନା ପ୍ରାଙ୍ଗଣରେ ନକ୍ସଲଙ୍କ ଦ୍ଵାରା ନିହତ ହୋମଗାର୍ଡଙ୍କ ସ୍ମୃତି ସଭା ଅନୁଷ୍ଠିତ

0
248
ଗୁଡ଼ାରୀ ଥାନା

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୨୫/୧୦) : ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଡ଼ାରୀ ଥାନା ପ୍ରାଙ୍ଗଣରେ ନକ୍ସଲ ଙ୍କ ଦ୍ଵାରା ନିହତ ହୋମଗାର୍ଡ ଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 10 27 at 7.09.03 AM 1 ଗୁଡ଼ାରୀ ଥାନା ପ୍ରାଙ୍ଗଣରେ ନକ୍ସଲଙ୍କ ଦ୍ଵାରା ନିହତ ହୋମଗାର୍ଡଙ୍କ ସ୍ମୃତି ସଭା ଅନୁଷ୍ଠିତ

ଏସ୍ ଡି ପି ଓ ସୁଶାନ୍ତ କୁମାର ତ୍ଉଡିଆ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ହୋମଗାର୍ଡ ସୁବାସ ଚନ୍ଦ୍ର ବେହେରା ଙ୍କ ମାଁ ଓ ଭାଇ ଗୁଡ଼ାରୀ ଥାନା ଅଧିକାରୀ ଦୀନବନ୍ଧୁ ଶବର ଏନ୍ ଏ ସି ଅଧ୍ୟକ୍ଷା ସୁଶ୍ରୀ ସରମିତା ଶବର, ଥାନା ସବ୍ ଇନ୍ସପେକ୍ଟର ଶ୍ରୀ ଗାୟସ ଉଧିନ ଖାନ ଓ ଏ ସ୍ ଆଇ ଜ୍ୟୋଚିନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦେଇ ସହିଦ ହୋମଗାର୍ଡ ସୁବାସ ଚନ୍ଦ୍ର ବେହେରା ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ଓ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ ।

ଗତ ୨୦୦୩ ମସିହାରେ ନକ୍ସଲଙ୍କ ପ୍ରାଦୁର୍ଭାବ ଦୃତ ଗତିରେ ବଢିଚାଲିଥିଲା । ପୁଲିସ୍ ଇନ୍ ଫର୍ମର ସନ୍ଦେହରେ ବହୁ ଲୋକଙ୍କୁ ହତ୍ୟା କରି ଆତଙ୍କ ଖେଳାଇ ଦେଇଥିଲେ । ଏହି ସମୟରେ ପରିଛା ସାହି ବାସିନ୍ଦା ହୋମଗାର୍ଡ ସୁବାସ ଚନ୍ଦ୍ର ବେହେରା ନକ୍ସଲଙ୍କ ଗୁଳିରେ ସହିଦ ହୋଇଥିଲେ । ସେହିଦିନ ଠାରୁ ଗୁଡ଼ାରୀ ପୁଲିସ୍ ପକ୍ଷରୁ ସୁବାଷ ଚନ୍ଦ୍ର ବେହେରା ଙ୍କ ଆତ୍ମା ର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳୀ ଅନୁଷ୍ଠିତ ହୋଇଆସୁଛି ।

କାର୍ଯ୍ୟକ୍ରମ ର ଶେଷରେ ଏସ୍ ଡି ପି ଓ ସୁଶାନ୍ତ କୁମାର ତ୍ଉଡିଆ ସହିଦ ସୁବାସ ଚନ୍ଦ୍ର ଙ୍କ ଭାଇଙ୍କୁ ଉପଢୌକନ ଏବଂ ଏନ୍ ଏ ସି ଅଧ୍ୟକ୍ଷା ସୁଶ୍ରୀ ସରମିତା ଶବର ତାଙ୍କ ମାଁ ଙ୍କୁ ସାଢ଼ୀ ଦେଇ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମରେ ପୋଲିସ ଥାନା ର ସମସ୍ତ କର୍ମଚାରୀ ଓ ସହର ର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l