ମନମୋହନ ସ୍କୁଲ ପ୍ରାଙ୍ଗଣରେ ଜ଼ିଲ୍ଲାସ୍ତରୀୟ ୭୫ ତମ ସ୍ୱାଧୀନତା ଦିବସ ପାଳିତ

0
203

ରିପୋର୍ଟ : ପ୍ରଶାନ୍ତ ମାଝୀ
ଝାରସୁଗୁଡ଼ା, (୧୫/୦୮) : ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲା ମନମୋହନ ସ୍କୁଲ ପ୍ରାଙ୍ଗଣରେ ଜ଼ିଲ୍ଲା ସ୍ତରୀୟ ୭୫ ତମ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି ।WhatsApp Image 2021 08 15 at 10.08.58 AM ମନମୋହନ ସ୍କୁଲ ପ୍ରାଙ୍ଗଣରେ ଜ଼ିଲ୍ଲାସ୍ତରୀୟ ୭୫ ତମ ସ୍ୱାଧୀନତା ଦିବସ ପାଳିତ

୭୫ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ମନମୋହନ ସ୍କୁଲ ପ୍ରାଙ୍ଗଣରେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । କୋରୋନା କଟକଣା ଯୋଗୁଁ ସାମାଜିକ ଦୂରତା କୁ ବଜାୟ ରଖି ପତାକା ଉତ୍ତୋଳନ କରାଯିବା ସହ ଅଭିବାଦନ ଗ୍ରହଣ କରିଥିଲେ ।

ଭାଷଣରେ ଜିଲ୍ଲାପାଳ ଶ୍ରୀ ସାମଲ ସ୍ୱାଧୀନତା ଦିବସ ପାଳନ ର ଉଦ୍ଦେଶ୍ୟ ଓ ଏହି ଦିବସ ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ । ଏଥିରେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ସହ OSAP ଦ୍ଵିତୀୟ ବାଟାଲିୟନ ଯୋଗ ଦେଇଥିଲେ l ଶେଷରେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ କୋରୋନା ଯୋଦ୍ଧା ଙ୍କୁ ସମ୍ମାନିତ କରିଥିଲେ ।