ବିଷାକ୍ତ ସାପ କାମୁଡ଼ା ରେ ୧ ମୃତ : ରାତିରେ ଶୋଇଥିବା ବେଳେ ଅଘଟଣ

0
238

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,ବୌଦ୍ଧ,(୧୪/୦୮) : ବିଷାକ୍ତ ସାପ କାମୁଡ଼ା ରେ ଜଣେ ମୃତ | ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ବଡ଼ବନ୍ଧ ଗ୍ରାମର ସୁରେଶ ମୁଣ୍ଡା(୧୮) ନାମକ ଯୁବକ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ମହାଳିକପଡା ଗ୍ରାମ ପଞ୍ଚାୟତର ଜାବର୍ ଗ୍ରାମକୁ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ ।

ଗତକାଲି ରାତିରେ ସେ ଖାଇସାରି ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡ଼ା ର ଶିକାର ହୋଇଥିଲେ । ଏକଥା ଜାଣିବା ପରେ ତାଙ୍କର ସମ୍ପର୍କୀୟ ଲୋକେ ତାଙ୍କୁ ଅମ୍ବୁଲାନ୍ସ ଯୋଗେ ପ୍ରଥମେ ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ସେଠାରୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ କୁ ନେଇ ଭର୍ତ୍ତି କରିଥିଲେ ତେବେ ଚିକିତ୍ସାଧିନ ଥିବା ଅବସ୍ଥାରେ ଆଜି ସକାଳୁ ସୁରେଶ ଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି ।

ଖବର ପାଇ ହରଭଙ୍ଗା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବୌଦ୍ଧରେ ଶବ ବ୍ୟବଚ୍ଛେଦ କରି ମୃତକଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି ।