କାଶୀପୁର ବ୍ଳକ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାରକର୍ସ ଆସୋସିଏସନ୍ ର ବୈଠକ

0
182
କାଶୀପୁର ବ୍ଳକ

ରିପୋର୍ଟ : ଗୋପୀନାଥ ଗୌଡ଼

କାଶୀପୁର, ତା (୩୦/୧୦) : ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାରକର୍ସ ଆସୋସିଏସନ୍ ର କାଶୀପୁର ବ୍ଳକ ସମ୍ପାଦିକା ଗୌରୀ ପଣ୍ଡା ଏବଂ କୋଷାଧ୍ୟକ୍ଷ ବିଷ୍ଣୁପ୍ରିୟା ଧଳଙ୍କ ନେତୃତ୍ୱରେ କାଶୀପୁର ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ବ୍ଳକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 10 30 at 6.38.23 PM କାଶୀପୁର ବ୍ଳକ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାରକର୍ସ ଆସୋସିଏସନ୍ ର ବୈଠକ

କାଶୀପୁର ବ୍ଳକ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାରକର୍ସ ଆସୋସିଏସନ୍ ର ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ୟ ସମ୍ପାଦକ ଶ୍ରୀ ଯୋଗେଶ୍ଵର ଦାସ, ସମ୍ମାନୀୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘ ର ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ, ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାରକର୍ସ ଆସୋସିଏସନ୍ ର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ, ଜିଲ୍ଲା ସମ୍ପାଦିକା ଶ୍ରୀମତୀ ଉଷାରାଣୀ ଦାଶ, ରାୟଗଡ଼ା ବ୍ଲକ ସମ୍ପାଦକ ପରମାନନ୍ଦ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।

ବୈଠକ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ସହ ଶ୍ରମିକ ଗୀତ ଗାନ କରି ବ୍ଲକରେ ମୃତ୍ୟୁ ବରଣ କରିଥିବା ଅଙ୍ଗନୱାଡ଼ି ୱାରକର୍ସ ମଞ୍ଜୁଳା ପଣ୍ଡା, ମମତା ବିଶି, ସୁବାସିନି ବାଗ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତା ମାନଙ୍କର ଅମର ଆତ୍ମା ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଅତିଥି ମାନେ ନିଜ ବକ୍ତବ୍ୟରେ ସରକାରଙ୍କ ଯୋଜନାକୁ ସଫଳ କରିବାରେ ମୂଖ୍ୟ ଭୂମିକା ନେଉଥିବା ସହ ଶିଶୁ ମୃତ୍ୟୁ ହାର, ମାଁ ମୃତ୍ୟୁ ହାର କମାଇବାରେ ଏବଂ କାଶୀପୁର ବ୍ଳକରେ ବିଭିନ୍ନ ପ୍ରକାରର ସ୍ଵାସ୍ଥ୍ୟ ସମସ୍ୟାକୁ ସମାଧାନ କରିବା ଆଗରେ ରହି ସହଯୋଗ କରିବାରେ ମୂଖ୍ୟ ଭୂମିକା ନେଉଥିବା ଅଙ୍ଗନୱାଡ଼ି କର୍ମୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଏବଂ ଅଣଦେଖାକୁ ଦୃଢ଼ ବିରୋଧ କରିଥିଲେ ।

ରାଜ୍ୟ ସରକାର ଦୁଇ ଦୁଇ ଥର ଘୋଷଣା କରିଥିଲେ ବି ଆଜି ପର୍ଯ୍ୟନ୍ତ ଗ୍ରୀଷ୍ମ କାଳୀନ ଛୁଟି ମିଳିଲା ନାହିଁ, ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ସରକାରୀ କର୍ମଚାରୀ ଘୋଷଣା କରିବା, ମିନୀ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ଅଙ୍ଗନୱାଡ଼ି କର୍ମୀ ଭାବେ ଘୋଷଣା କରିବା ଯେଉଁ ପର୍ଯ୍ୟନ୍ତ ସରକାରୀ ଘୋଷଣା କରିନାହାନ୍ତି ସେହି ଦିନ ପର୍ଯ୍ୟନ୍ତ ମାସିକ ୨୧ ହଜାର ଟଙ୍କା ଦରମା ଦେବା, ଅବସର କାଳୀନ ଭତ୍ତା ଏବଂ ଅବସର ପରେ ପେନସନ ଯୋଗାଇଦେବା ଉପରେ ଆଲୋଚନା କରାଯାଇଥିଲା ।

ଅଙ୍ଗନୱାଡ଼ି କର୍ମୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଅବହେଳା ଏବଂ ଅଣଦେଖାକୁ ବିରୋଧ କରିବା ସହ ଆସନ୍ତା ଦିନରେ ସରକାର ଏବଂ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ସମାଧାନ ନକରନ୍ତି ତାହା ହେଲେ ଆସନ୍ତା ନଭେମ୍ବର ୨୧ ତାରିଖ ରୁ ଭାରତୀୟ ମଜଦୁର ସଂଘ ନେତୃତ୍ୱରେ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାରକର୍ସ ଆସୋସିଏସନ୍ ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ବାଧ୍ୟ ହେବେ ବୋଲି ଶ୍ରମିକ ନେତା ଶ୍ରୀ ଯୋଗେଶ୍ଵର ଦାସ ଚେତାବନୀ ଦେଇଛନ୍ତି । ବୈଠକ ପରେ କାଶୀପୁର ବ୍ଲକର ନୂତନ କମିଟି ଚୟନ କରାଯାଇଥିଲା ।

ନୂତନ କମିଟି ମଧ୍ୟରେ ସଭାନେତ୍ରୀ ଭାବେ ବିଷ୍ଣୁପ୍ରିୟା ଦଳ, ଉପସଭାନେତ୍ରୀ ଭାବେ ନୀରୁପମା ପାଣିଗ୍ରାହୀ, ସୈାଦାମିନୀ ମହାପାତ୍ର, ଯଞସିନି ମହାପାତ୍ର, ସଂପାଦିକା ଗୈାରୀ ପଣ୍ଡା, ସହ ସଂପାଦିକା କୈାଶଲ୍ୟା ମାଝୀ, ଚନ୍ଦ୍ରୀକା ମାଝୀ, ତମାଳ ମାଝୀ, କୋଷାଧ୍ୟକ୍ଷ ଧରିତ୍ରୀ ରାଉଳ, ସଂଘଠନ ସମ୍ପାଦିକା କାର୍ଯ୍ୟାକାରୀ ସଭ୍ୟ ଭାବେ ସାରଳା ମିଶ୍ର, ସତ୍ୟଭାମା ଖରା, ମଧୁସ୍ମିତା ପରିଡ଼ାଙ୍କୁ ଚୟନ କରାଯାଇଥିଲା ।
ଉକ୍ତ ବୈଠକରେ ବ୍ଳକର ସମସ୍ତ ଅଙ୍ଗନୱାଡ଼ି କର୍ମୀ, ମିନୀ ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକା ଯୋଗ ଦେଇଥିଲେ । ଉପସ୍ଥିତ ସମସ୍ତଙ୍କୁ ବିଷ୍ଣୁ ପ୍ରୀୟା ଦଳ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଉଦାମିନି ମହାପାତ୍ର, ନୀରୁପମା ପାଣିଗ୍ରାହୀ, ବୈଦେହୀଶ ବେହେରା , ଚନ୍ଦ୍ରୀକା ଝଡିଆ ପରିଚାଳନା କରିଥିଲେ ।