ଫେରିବାଲା ଉପରେ ମାଡ଼ି ବସିଲା ଭାଲୁ : ୩ ଆହତ

0
233
ଫେରିବାଲା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଚେନ୍ନାଇ, (୦୭/୧୧) : ଫେରିବାଲା ଙ୍କ ଉପରେ ମାଡ଼ିଗଲା ଭାଲୁ । ଏହି ହିଂସ୍ର ଯନ୍ତୁ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି । ଭାଲୁ ଆକ୍ରମଣ ବେଳର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଶନିବାର ତାମିଲନାଡୁର ତେନକାଶୀ ଜିଲ୍ଲା ଅନ୍ତର୍ଗତ ଅରଣ୍ୟାଞ୍ଚଳରେ ଏହି ଘଟଣା ଘଟିଛି । ଜଣେ ବ୍ୟକ୍ତି ଦୁଇ ଚକିଆ ଯାନରେ ଫେରିବାଲା ମସାଲା ପ୍ୟାକେଟ୍ ନେଇ ଯାଉଥିବା ବେଳେ ହଠାତ୍‌ ଭାଲୁଟି ଆକ୍ରମଣ କରିଥିଲା । ଭାଲୁଟି ସମ୍ପୃକ୍ତ ବ୍ୟକ୍ତିକୁ ଭୂଇଁରେ ଗଡ଼ାଇ ଅତ୍ୟନ୍ତ ଭୟଙ୍କର ଭାବେ ଆମ୍ପୁଡ଼ି ଥିଲା । କାରୁତିଲିଙ୍ଗପୁରମ୍‌ର ଫେରି ବ୍ୟବସାୟୀ ବୈଗୁଣ୍ଡାମଣି ବାଇକ୍‌ରେ ମସଲା ପ୍ୟାକେଟ୍‌ ନେଇ ଶିବଶୈଳମ୍‌ରୁ ପେତାନପଲ୍ଲୀ ଯିବା ସମୟରେ ଘଟଣାଟି ଘଟିଥିଲା ।

ବନାଞ୍ଚଳ ଦେଇ ମଧ୍ୟରେ ପଡ଼ିଥିବା ରାସ୍ତା ବାଟେ ଯିବା ବେଳେ ଭାଲୁଟି ଲମ୍ଫ ମାରି ବୈଗୁଣ୍ଡାମଣିଙ୍କୁ ତଳେ ପକାଇ ଦେଇ ପୁଳାଏ ଲେଖାଁ କାମୁଡ଼ି ପକାଇଥିଲା । ଖବର ପାଇ ଗ୍ରାମବାସୀ ଆସି ଭାଲୁଟିକୁ ଘଉଡ଼ାଇବା ଲାଗି ଟେକାପଥର ଫିଙ୍ଗିଲେ । କିନ୍ତୁ ଭାଲୁ ସେ ସବୁକୁ ଭ୍ରୂକ୍ଷେପ କରି ନଥିଲା । ଓଲଟି ଘେରିଥିବା ଲୋକମାନଙ୍କ ଆଡ଼କୁ ଖେଦି ଯାଇ ନଗେନ୍ଦ୍ର ଓ ଶୈଳେନ୍ଦ୍ର ନାମକ ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କୁ ଆକ୍ରମଣ କରି କ୍ଷତାକ୍ତ କରିଥିଲା ।

ତେବେ ଖବର ପାଇ ସ୍ଥାନୀୟ ଲୋକେ ଆସି ଭାଲୁ ଉପରକୁ ଟେକାପଥର ମାଡ଼ କରି ଘଉଡ଼ାଇଥିଲେ । ପରେ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଚିକିତ୍ସା ପାଇଁ ତିନିଜଣଙ୍କୁ ଡାକ୍ତରଖାନା ନେଇଥିଲେ । ସେମାନେ ଭାଲୁକୁ ଟ୍ରାଙ୍କୁଲାଇଜ୍ କରି କାବୁ କରିଥିଲେ । ପରେ ତାକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ିଥିଲେ ।