ଜନଶିକ୍ଷଣ ସଂସ୍ଥାନ ପକ୍ଷରୁ ୭୫ ତମ ସ୍ୱାଧୀନତା ଦିବସ ପୂର୍ତ୍ତି ଅବସରରେ ଫିଟ ଇଣ୍ଡିଆ ଫ୍ରିଡମ ରନ୍

0
219

ରିପୋର୍ଟ : ରଞ୍ଜିତ ବେହେରା //
ଢେଙ୍କାନାଳ,(୧୫/୦୮) : ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଜନଶିକ୍ଷଣ ସଂସ୍ଥାନ, ଢେଙ୍କାନାଳ ପକ୍ଷରୁ ଫିଟ ଇଣ୍ଡିଆ ଫ୍ରିଡମ ରନ୍ କାର୍ଯ୍ୟକ୍ରମ ଅଗଷ୍ଟ ୧୩ ଓ ୧୪ ତାରିଖ ଦୁଇଦିନ ଧରି ଆୟୋଜିତ ହୋଇଯାଇଅଛି ।59ce3bf1 a6ae 4e4d 8588 003a23ef4dc4 ଜନଶିକ୍ଷଣ ସଂସ୍ଥାନ ପକ୍ଷରୁ ୭୫ ତମ ସ୍ୱାଧୀନତା ଦିବସ ପୂର୍ତ୍ତି ଅବସରରେ ଫିଟ ଇଣ୍ଡିଆ ଫ୍ରିଡମ ରନ୍

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମ କରାଯାଇଅଛି । ଜନଶିକ୍ଷଣ ସଂସ୍ଥାନ ର ସମସ୍ତ କର୍ମଚାରୀ , ପ୍ରଶିକ୍ଷିକା ଓ ଶିକ୍ଷାର୍ଥୀ ମାନେ ଅଂଶ ଗ୍ରହଣ କରିଥିଲେ । ଜନସାଧାରଣଙ୍କ ସହଭାଗିତାରେ ଆଜାଦି କା ଅମୃତ ମହୋତ୍ସବକୁ ଜନ ଆନ୍ଦୋଳନରେ ପରିଣତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ସଂସ୍ଥାନର ନିର୍ଦେଶକ ଶ୍ରୀଯୁକ୍ତ ମାନସ ରଞ୍ଜନ ଦାସ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।

କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ରାଉତ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିବା ବେଳେ ଶ୍ରୀଯୁକ୍ତ ପ୍ରବୀଣ କୁମାର ରାଉତ, ଶ୍ରୀମତୀ ମଧୁସ୍ମିତା ରାଉତ, ଶ୍ରୀ ସମ୍ଭବ ଦାସ, ଶ୍ରୀ ଦୁର୍ଗା ପ୍ରସାଦ ନନ୍ଦ ସହଯୋଗ କରିଥିଲେ । ୭୫ ତମ ସ୍ୱାଧୀନତା ଦିବସ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ।