ଜି.ଆଇ.ଇ.ଟି. ବିଶ୍ଵବିଦ୍ୟାଳୟରେ ବିଭାଗୀୟ ଟେକ୍ନୋ-କାଲଚୁରାଲ ଫେଷ୍ଟ “ଇ- ଫିସ୍ତା-୨୦୨୨”

0
174
ଜି.ଆଇ.ଇ.ଟି.

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୨/୧୧) : ଆଜି ସ୍ଥାନୀୟ ଜି.ଆଇ.ଇ.ଟି. ବିଶ୍ଵବିଦ୍ୟାଳୟ ପରିସରରେ ଇଲ୍ଲୋକ୍ଟ୍ରୋନିକସ ଆଣ୍ଡ କମ୍ୟୁନିକାସନ ଇଂଜିନିୟରିଂ (ଇ ସି ଇ) ବିଭାଗର ବିଭାଗୀୟ ଉତ୍ସବ ଟେକ୍ନୋ – କାଲଚୁରାଲ ଫେଷ୍ଟ “ଇ- ଫିସ୍ତା-୨୦୨୨” ଉଦଯାପିତ ହୋଇଯାଇଛି ।WhatsApp Image 2022 11 12 at 20.13.07 1 ଜି.ଆଇ.ଇ.ଟି. ବିଶ୍ଵବିଦ୍ୟାଳୟରେ ବିଭାଗୀୟ ଟେକ୍ନୋ-କାଲଚୁରାଲ ଫେଷ୍ଟ "ଇ- ଫିସ୍ତା-୨୦୨୨"

ଜି.ଆଇ.ଇ.ଟି. ବିଶ୍ଵବିଦ୍ୟାଳୟ ର ଏହି ଉଦଯାପନି ଉତ୍ସବରେ ଭାରତ ସରକାରଙ୍କ ଶିକ୍ଷା ବିଭାଗର ଅଭିନବିକରଣ ସେଲ ତଥା ଏ ଆଇ ସି ଟି ର ଅଭିନବିକରଣର ସହ-ନିର୍ଦ୍ଦେଶକ ଦିପୁନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବର୍ତ୍ତମାନ ସମାଜର ଉନ୍ନତି ସକାଶେ ଏହି ବୈଦିତିକ ବିଜ୍ଞାନର ଭୁମିକା ଉପରେ ଆଲୋକପାତ କରିଥିଲେ । ସଂମାନୀୟ ଅତିଥି ଭାବେ ବିଶ୍ଵବିଦ୍ୟାଳୟର ମହା ନିର୍ଦ୍ଦେଶକ ଡ଼ଃ ଜଗଦୀଶ ପଣ୍ଡା, ସ୍କୁଲ ଅଫ ଇଂଞ୍ଜିନିୟରିଙ୍ଗ ଆଣ୍ଡ ଟେକ୍ନୋଲୋଜିର ଡିନ.ଏ. ବି . ଶ୍ରୀନିବାସ ରାଓ ପ୍ରମୁଖ ମଞ୍ଚସିନ ହୋଇଥିଲେ ।

ବିଭାଗୀୟ ମୁଖ୍ୟ ଡ଼ଃ ଶୁଭ୍ରଜିତ ପ୍ରଧାନ ସ୍ଵାଗତ ଭାଷଣ ଦେଇଥିବା ବେଳେ ଡ଼ଃ ତୁଷାର କାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ବୈଷୟିକ, ଅଣ-ବୈଷୟିକ ଓ କ୍ରୀଡା ପ୍ରତିଯୋଗୀତା ମାନ ଆୟୋଜନ କରାଯାଇଥିଲା । ଏହି କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର ସହ ସିଲ ପ୍ରଦାନ କରାଗଲା । ଏଥିରେ ବିଭାଗର ଅଧ୍ୟାପକ, ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ସନ୍ଧ୍ୟା ରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।