ଜିଲ୍ଲାମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟର ଅଗ୍ରଗତି ନେଇ ଜିଲ୍ଲାପାଳଙ୍କ ସମୀକ୍ଷା

0
112
ଜିଲ୍ଲାମୁଖ୍ୟ ଚିକିତ୍ସାଳୟ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୨/୧୧) : ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଅନ୍ୟ ଅଧିକାରୀ ମାନଙ୍କ ସହିତ ପୁରୁଣା ଉପକାରାଗାର ଠାରେ ନିର୍ମାଣାଧିନ ନୂତନ ଆଧୁନିକ ତିନିଶହ ଶଯ୍ୟା ବିଶିଷ୍ଟ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ।

ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ମାନଙ୍କ ସହିତ ଜିଲ୍ଲାପାଳ ଶ୍ରୀସାହୁ ନିଜେ ଆଲୋଚନା କରିବା ସହିତ ସେମାନେ ଠିକ୍ ଭାବରେ ପ୍ରାପ୍ୟ ପାଉଛନ୍ତିକି ନାହିଁ ପଚାରି ବୁଝିବା ସହତ ଶ୍ରମିକ ମାନଙ୍କ ସୁରକ୍ଷା ସମ୍ପର୍କରେ ଧ୍ୟାନ ଦେବାକୁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ । ସାଇଟ ଇଞ୍ଜିନିୟର ମାନଙ୍କ ସହିତ ଆଲୋଚନା କରିବା ସହିତ ଶ୍ରମିକ ମାନଙ୍କୁ ହେଲମେଟ ପ୍ରଦାନ ସହିତ ସେପ୍ଟି ନେଟ, ସେପ୍ଟି ବେଲଟ୍ ଲଗାଇବାକୁ ପରାମର୍ଶ ଦେଇଥିଲେ ।

ଚିକିତ୍ସାଳୟର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହିତ ପାଚେରୀ ନିର୍ମାଣ କାର୍ଯ୍ୟ ଏଳମାସ ମଧ୍ୟରେ ସମାପନ କରିବାକୁ କହିଥିଲେ । ଚିକିତ୍ସାଳୟ ର ଅଗ୍ରଗତି ସମ୍ପର୍କରେ ପରବର୍ତ୍ତି ସମୀକ୍ଷା ବୈଠକ ଆସନ୍ତା ୨୨ ତାରିଖରେ କରାଯିବାକୁ ଜିଲ୍ଲାପାଳ ଶ୍ରୀସାହୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଅଧିକ୍ଷଣ ଯନ୍ତ୍ରୀ ପୁର୍ତ୍ତ ବିଭାଗ ପ୍ରଭାତ କୁମାର ଦାସ, ତହସିଲଦାର ଦେବୀ ପ୍ରସାଦ ଦାଶ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ, ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ମଦନମୋହନ ପ୍ରଧାନ, ଡିପିଏମ ରୂପକ ମହାପାତ୍ର, ଜିଇଡି କନିଷ୍ଠ ଯନ୍ତ୍ରୀ ମନୋହର ପ୍ରଧାନ ଓ ରଘୁନାଥ ସାହୁ ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।