ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (NPS) ର ଗୁରୁତ୍ୱ ପୂର୍ଣ୍ଣ ବୈଠକ

0
169
ଜିଲ୍ଲା ପ୍ରାଥମିକ ଶିକ୍ଷକ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୨/୧୧) : ଶନିବାର ଦିବା ୨.୩୦ ରେ ଜହ୍ନାପଙ୍କ ସ୍ଥିତ ଆନନ୍ଦମାର୍ଗ ଆଶ୍ରମ ପରିସରରେ ରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (NPS) ବୌଦ୍ଧର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରାଜ୍ୟ ସଂଘର ଉପସଭାପତି ଶ୍ରୀ ଶମ୍ଭୁ ଗିରି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (NPS) ର ଗୁରୁତ୍ୱ ପୂର୍ଣ୍ଣ ବୈଠକ । ପ୍ରାରମ୍ଭରେ ଜିଲ୍ଲା ସମ୍ପାଦକ ଶ୍ରୀ ମହେଶ ସେଠି ପୂର୍ବ ବିବରଣୀ ପାଠ କରିବା ସହ ବୈଠକର କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦେଇଥିଲେ । ବୈଠକ ରେ ଜିଲ୍ଲା ଉପସଭାପତି ବସନ୍ତ କୁମାର ବିଶ୍ୱାଳ, ବୌଦ୍ଧ ବ୍ଲକ ସଭାପତି ଶ୍ରୀ ରାଜକୁମାର ପ୍ରଧାନ, ଉପସଭାପତି ପ୍ରତାପ କୁମାର ବେହେରା, ସମ୍ପାଦକ ଉତ୍ତମ ନାଏକ, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ପଣ୍ଡା, ବ୍ଲକ ଉପଦେଷ୍ଟା ହୃଦାନନ୍ଦ ପ୍ରଧାନ,, ହରଭଙ୍ଗା ବ୍ଲକ ସମ୍ପାଦକ ବାମଦେବ ଦାଶ, କାର୍ଯ୍ୟକାରୀ ସଭାପତି ଅଜୟ କୁମାର ମିଶ୍ର,କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ଭୋକ୍ତା ପ୍ରମୁଖ ବକ୍ତବ୍ୟ ରଖି ବ୍ଲକ ସ୍ତରୀୟ ସଙ୍ଗଠନ କୁ ସୁଦୃଢ କରିବା ପାଇଁ ଆଞ୍ଚଳିକ ସ୍ତରରେ ସଂଯୋଜକ ମନୋନୟନ କରିବାକୁ ମତାମତ ପ୍ରଦାନ କରାଯାଇଥିଲା ।

ଆସନ୍ତା ୧୩ ଓ ୧୬ ତାରିଖ ରେ ଭୁବନେଶ୍ୱର ଓ ସମ୍ବଲପୁରରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ବୈଠକ ରେ ଯୋଗଦାନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା । ସମସ୍ତ ଶିକ୍ଷକଶିକ୍ଷୟତ୍ରୀମାନଙ୍କୁ ଏକତ୍ରିତ କରି ରାଜ୍ୟ ସ୍ତରୀୟ ରାଲି କୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଥିଲା । କଣ୍ଟାମାଳ ବ୍ଲକର NPS ଶିକ୍ଷକ ସଂଘ ପୁନର୍ଗଠନ ପରେ ଶୀଘ୍ର ଜିଲ୍ଲା ସଂଘ ପୁନର୍ଗଠନ ପାଇଁ ପ୍ରସ୍ତାବ ଗୃହୀତ ହେଲା ।

ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ ଉପସଭାପତି ଭାବେ ଶ୍ରୀ ଶମ୍ଭୁ ଗିରିଙ୍କୁ ପୁନର୍ବାର ମନୋନୀତ କରାଯାଇଥିବାରୁ ଜିଲ୍ଲା ଓ ବ୍ଲକ ତରଫରୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ବୈଠକରେ ଅନ୍ୟାନ୍ୟ କର୍ମକର୍ତ୍ତା ସନ୍ତୋଷ କୁମାର ମଳିକ, ନିରଞ୍ଜନ ମେହେର, କାନ୍ହୁ ଚରଣ ସେଠି, ଦୁର୍ଗା ମାଧବ ଆଚାର୍ଯ୍ୟ, ଶବର ସେଠି, ତୁଲେଶ୍ୱର ମେହେର, ଅଭିମନ୍ୟୁ ଭୋଇ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ ।