କନ୍ଧକୂଳ ସମାଜ ପକ୍ଷରୁ ଅନୁସୟା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା 

0
172
କନ୍ଧକୂଳ ସମାଜ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୫/୧୧) : ରାୟଗଡ଼ା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି ଓ ଉପାଧ୍ୟକ୍ଷ ବନମାଳି କାଡ୍ରକାଙ୍କ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି କନ୍ଧକୂଳ ସମାଜ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ କରାଯାଇଛି ।WhatsApp Image 2022 11 15 at 20.01.48 1 କନ୍ଧକୂଳ ସମାଜ ପକ୍ଷରୁ ଅନୁସୟା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା 

ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ପ୍ରଥମ ଥର ପାଇଁ କଲ୍ୟାଣସିଂହପୁର ବ୍ଲକ ଗସ୍ତ କରି ଥିବାରୁ କନ୍ଧକୂଳ ସମାଜ ଓ ବିଜେଡି ଦଳ କର୍ମୀ ଓ ନେତା ପ୍ରମୁଖ କରପା ପଞ୍ଚାୟତର କୃଷ୍ଣ।ପାତ୍ର ଗୁଡା ଠାରେ ଥିବା ସିତାଲାମା ମନ୍ଦିର ଠାରେ ଏକତ୍ରିତ ହୋଇ ସ୍ୱାଗତ କରିବା ସହ ମନ୍ଦିରରେ ପୂଜା କରି ବାଜା ବଜାଇ କରପା ପଞ୍ଚାୟତ ର ପ୍ରତ୍ୟେକ ଗ୍ରାମ ପରିଦର୍ଶନକରିଥିଲେ । ଶେଷରେ ବିଜେଡି ଦଳୀୟ ବୈଠକ କରାଯାଇଥିଲେ ।

ଏଥିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ଯୋଜନା ବୋର୍ଡର ଉପଦେଷ୍ଟା ସୁଧୀର ଦାସ, କ ଜୋନର ଜିଲ୍ଲା ପରିଷଦ ସଦସ୍ୟ ବି ୱାରା ପ୍ରସାଦ ରାଓ, ଖ ଜୋନ ର ଜିଲ୍ଲା ପରିଷଦ ର ସଦସ୍ୟ ଭୂମି ଗୌରୀ ଦେବୀ, ବ୍ଲକ ଉପାଧ୍ୟକ୍ଷ ଡମ୍ବରୁ କଞ୍ଜ।କା ସମେତ ଦଳୀୟ ନେତା କର୍ମୀ ଉପସ୍ଥିତ ରହିଥିଲେ । ଜନଜାତିଙ୍କ କଳା, ସଂସ୍କୃତି, ପରମ୍ପରାକୁ ସୁରକ୍ଷା ଦେବା ପାଇଁ ସ୍ୱତନ୍ତ୍ର ପରିଷଦର କାମ ଅଟେ ।