ଟିଟିଲାଗଡ ଧର୍ମଶାଳା ସଭା ଗୃହରେ ପ୍ରେସ ଦିବସ ପାଳିତ

0
137
ଟିଟିଲାଗଡ ଧର୍ମଶାଳା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୬/୧୧) : ଜାତୀୟ ପ୍ରେସ ଦିବସ ଅବସର ରେ ଟିଟିଲାଗଡ ସାମ୍ୱାଦିକ ସଙ୍ଘ ସଭାପତି ଦୀପକ ସମଦ୍ଦାର ଙ୍କ ଆବାହକତ୍ୱରେ ଟିଟିଲାଗଡ ଧର୍ମଶାଳା ସଭା ଗୃହରେ ପ୍ରେସ ଦିବସ ପାଳିତ ହୋଇଯାଇଛି ।WhatsApp Image 2022 11 17 at 05.41.35 ଟିଟିଲାଗଡ ଧର୍ମଶାଳା ସଭା ଗୃହରେ ପ୍ରେସ ଦିବସ ପାଳିତ

ଟିଟିଲାଗଡ ଧର୍ମଶାଳା ସଭା ଗୃହରେ ପ୍ରେସ ଦିବସ ପାଳିତ । ଏହି କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ କରାଯାଇଥିବା ବେଳେ ସବୁ ସରକାରୀ ବିଭାଗ କାର୍ଯ୍ୟକର୍ତ୍ତା ତଥା ବିଭିନ୍ନ ବର୍ଗର ବହୁ ମନ୍ୟ, ଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ । ସାମ୍ୱାଦିକ ପ୍ରକାଶ ଗୋୟଲ, ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାମ୍ୱାଦିକ ସଞ୍ଜୟ ବେହେରା, କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଭା ଆରମ୍ଭ ରୁ ଦିବଙ୍ଗତ ସାମ୍ୱାଦିକ √ସୁନିଲ ବେହେରା ଙ୍କ ଉଦ୍ଦେଶ୍ୟ ରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ପ୍ରଗତିବାଦୀ ଜିଲ୍ଲା ପ୍ରତିନିଧି ଯୋଗ ଦେଇ ଗଣତନ୍ତ୍ର ରାଷ୍ଟ୍ର ରେ ସମ୍ବାଦ ସେବା ଏକ ସମାଜ ସେବା ବୋଲି ପ୍ରକାଶ କରିବା ସହ ସାମ୍ବାଦିକ ଙ୍କ ସୁରକ୍ଷା ତଥା ଡିଜିଟାଲ ମିଡିଆ କୁ ନେଇ ବିଶଦ ବିବରଣୀ ପ୍ରକାଶ କରିଥିଲେ ।

ଶେଷରେ ଟିଟିଲାଗଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ନେଇ ସରକାର ଙ୍କ ଭୂମିକା ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଟିଟିଲାଗଡ ନାଗରିକ କମିଟି ସଭାପତି ରାଧାକାନ୍ତ ପାଢ଼ୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସାମ୍ବାଦିକତା ଓ ସାମ୍ୱାଦିକ ଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ।

ସେହିପରି ନିର୍ବାଚନ କୁ ଆଖି ଆଗରେ ରଖି ପଦ୍ମପୁର କୁ ଜିଲ୍ଲା ମାନ୍ୟତା ପ୍ରଦାନ କରୁଥିବା ବେଳେ ଟିଟିଲାଗଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ନିତାନ୍ତ ଜରୁରୀ ବୋଲି ପ୍ରକାଶ କରିଥିଲେ । ଏହି ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ସାମ୍ୱାଦିକ ଙ୍କ ର ପ୍ରମୁଖ ଭୂମିକା ରହିଛି ବୋଲି କହିଥିଲେ । ଅନ୍ୟତମ ଅତିଥି ରୂପେ ସ୍ଥାନୀୟ ଡି ଏ ଭି କଲେଜ ଅଧ୍ୟକ୍ଷ ତଥା କର୍ଣଲ ମଧୁସୂଦନ ମିଶ୍ର, ଲାୟନ୍ସ କ୍ଲବ ସଭାପତି ଲିଙ୍ଗ ରାଜ ସାହୁ, ଗରୀବ ସେନା ସଭାପତି ଉପେନ୍ଦ୍ର ବାଗ ପ୍ରମୁଖ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ପ୍ରେସ ଦିବସ ଅବସରରେ ଖବକାଗଜ ବିତରଣ କରୁଥିବା ତିନି ଜଣ ବିତରକ ଙ୍କୁ ସମ୍ମାନିତ କରାଯାଇଥିଲା ।