ବିନିକା ଠାରେ ଗୋକୁଳାଷ୍ଟମୀ ମହୋତ୍ସବ ଚତୁର୍ଥ ସନ୍ଧ୍ୟା : କଂସ ଦରବାର ଉଦଘାଟିତ 

0
254
ବିନିକା ଠାରେ ଗୋକୁଳାଷ୍ଟମୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧୬/୧୧) : ବିନିକା ସହର କଂସାରୀପଡା ବ୍ରଜ ବିହାରୀ ନୃତ୍ୟ କଳା ସଂଘ ଓ ପୂର୍ଣ୍ଣମାସୀ ଯୁବକ ସଂଘ ଆନୁକୂଲ୍ୟରେ ୨୩୯ ତମ ବିନିକା ଠାରେ ଗୋକୁଳାଷ୍ଟମୀ ମହୋତ୍ସବ ଆଜି ଚତୁର୍ଥ ସନ୍ଧ୍ୟା ରେ କଂସ ଦରବାର ଉଦଘାଟିତ ହୋଇଯାଇଛି ।WhatsApp Image 2022 11 17 at 10.35.15 ବିନିକା ଠାରେ ଗୋକୁଳାଷ୍ଟମୀ ମହୋତ୍ସବ ଚତୁର୍ଥ ସନ୍ଧ୍ୟା : କଂସ ଦରବାର ଉଦଘାଟିତ 

ବିନିକା ଠାରେ ଗୋକୁଳାଷ୍ଟମୀ ମହୋତ୍ସବ ଅନୁଷ୍ଠିତ ଏହା ୩ ଦିନ ଧରି କଂସାରୀପଡା ଦଧିବାମନ ମନ୍ଦିର ପ୍ରାଙ୍ଗଣ ରେ ନାଟକ ହୋଇଥିବା ବେଳେ ଆଜି ଚତୁର୍ଥ ଦିନରେ ଯୋଗେଶ୍ୱର ମନ୍ଦିର ନିକଟସ୍ଥ ବନଦୁର୍ଗା ପ୍ରାଙ୍ଗଣ ରେ କଂସ ଦରବାର ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି ଉଦଘାଟନ କରିଛନ୍ତି । ଆଜି ଦରବାର ରେ କୃଷ୍ଣ ବଳରାମ ଙ୍କ ବନ ଆଗମନ ଓ ଷଣ୍ଢାସୁର ବଦ୍ଧ ନାଟକ ମଞ୍ଚସ୍ଥ ହୋଇଥିଲା ।

କଂସ ଭୂମିକାରେ ରାମଚନ୍ଦ୍ର ଦାସ, ମନ୍ତ୍ରୀ ସଞ୍ଜୟ ସାହୁ ଙ୍କ ଚମତ୍କାର ଅଭିନୟ ଦର୍ଶକ ଙ୍କ ମନ ଛୁଇଁଥିଲା । କୃଷ୍ଣ ଭୂମିକାରେ ସୁଶାନ୍ତ ସାହୁ, ବଳରାମ ଅର୍ପିତ ସାହୁ ନନ୍ଦ ମକୁନ୍ଦ ସାହୁ, ଯଶୋଦା ସିପୁନ ସାହୁ ପ୍ରମୁଖ ଅଭିନୟ କରିଛନ୍ତି । ଦରବାର ରେ ଅଞ୍ଚଳର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଯୋଗଦେଇ ସାଂସ୍କୃତିକ ପରିବେଷଣ କରିଥିଲେ । ଏଥିରେ କମିଟି ସଭାପତି ପ୍ରସନ୍ନ ଦାସ, ସମ୍ପାଦକ ସଞ୍ଜୟ ଦାସ, ସାଂସ୍କୃତିକ ସମ୍ପାଦକ ପଦ୍ମଲୋଚନ ସାହୁ (କାହ୍ନୁ) ଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।