ଟ୍ରାକ୍ଟର-ବାଇକ୍‌ ମୁହାଁମୁହିଁ ଧକ୍କା

0
99
ଟ୍ରାକ୍ଟର-ବାଇକ୍‌

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ମୋହନା, (୧୭/୧୧) : ଗଜପତି ଜିଲ୍ଲା ଅଡବା ଥାନା ଅନ୍ତରବା କନ୍ୟାଶ୍ରମ ନିକଟରେ ଗତକାଲି ବିଳମ୍ବିତ ସଡ଼କ ଦୁର୍ଘଟଣା ଘଟିଛି । ଏକ ଟ୍ରାକ୍ଟର-ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ଡେଙ୍ଗମାଳ ଗାଁ’ର ସୁମନ୍ତ ଶବର ।

ଟ୍ରାକ୍ଟର-ବାଇକ୍‌ ମୁହାଁମୁହିଁ ଧକ୍କା ! ଗତକାଲି ବିଳମ୍ବିତ ରାତିରେ ସୁମନ୍ତ ଅନ୍ତରବାରୁ ଡେଙ୍ଗାମାଳ ନିଜ ଘରକୁ ବାଇକ୍ ଯୋଗେ ଫେରୁଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ସମୟରେ ଟ୍ରାକ୍ଟର-ବାଇକ୍‌ ର ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ସୁମନ୍ତଙ୍କର ମୃତ୍ୟୁ ହୋଇଥିଲା । ପୁଲିସ ପହଞ୍ଚି ତାଙ୍କ ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।