ବିଚ୍ ବଜାରରେ ଗୁଳିମାଡ଼ : ୭ ମୃତ

0
105
ବିଚ୍ ବଜାରରେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୭/୧୧) : ବିଚ୍ ବଜାରରେ ଆଖିବୁଜା ଗୁଳିମାଡ଼ । ଦୁଇ ଜଣ ମହିଳାଙ୍କ ସମେତ ଆଖିବୁଜିଲେ ୫ ଜଣ । କେବଳ ସେତିକି ନୁହେଁ ଗୁଳିମାଡରେ ୧୦ ଜଣ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି ।

ବିଚ୍ ବଜାରରେ ଗୁଳିମାଡ଼ ଏଭଳି କଛି ଘଟଣା ଘଟିଛି ଇରାନର ଦକ୍ଷିଣ-ପଶ୍ଚିମ ସହର ଇଜେହର ଏକ ବଜାର ଅଞ୍ଚଳରେ । ସୂଚନା ମୁତାବକ, ଇରାନର ଇସ୍ଫହାନ ସହରରେ ମଧ୍ୟ ଗୁଳିମାଡ ହୋଇଛି । ଏଥିରେ ୨ ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଛି । ଦୁଇଟି ଆକ୍ରମଣରେ ଆକ୍ରମଣକାରୀ ବାଇକରେ ଆସି ଲୋକଙ୍କୁ ଗୁଳିମାଡ କରିଥିବା କୁହାଯାଉଛି । ତେବେ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଏହି ଗୁଳିମାଡ ହୋଇଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଦୁଇ ମାସ ହେବ ଚାଲିଥିବା ହିଜାବ ବିରୋଧୀ ବିକ୍ଷୋଭ ପ୍ରଦର୍ଶନକୁ ନେଇ ଆକ୍ରମଣ ହୋଇଥିବା କୁହାଯାଉଛି ।

ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଅଛନ୍ତି ବୋଲି ଖୁଜେସ୍ତାନ ପ୍ରଦେଶର ଡେପୁଟି ଗଭର୍ଣ୍ଣର ୱାଲିୟୁଲା ହାୟତି କହିଛନ୍ତି । ବୁଧବାର ବିଳମ୍ବିତ ରାତିରେ ବହୁ ବିରୋଧୀ ଦଳ ଇଜେହର ବିଭିନ୍ନ ସ୍ଥାନରେ ଏକାଠି ହୋଇଥିଲେ । ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ ଏଥିସହ ପୁଲିସ ଉପରକୁ ପଥରମାଡ କରିଥିଲେ । ପୁଲିସ ସେମାନଙ୍କୁ ଅଟକାଇବା ପାଇଁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା । ଏହି ସମୟରେ କେହି ଜଣେ ଶିଆ ସମ୍ପ୍ରଦାୟର ମାଦ୍ରାସାରେ ନିଆଁ ଲଗାଇ ଦେଇଥିଲେ । ଫଳରେ ବିକ୍ଷୋଭ ଆହୁରି ଜୋରଦାର ହୋଇଥିଲା ।